ମୁମ୍ବାଇ: ‘କୟମାତ୍ ସେ କୟାମତ୍ ତକ୍’ ଓ ‘ଜୋ ଜିତା ୱହି ସିକନ୍ଦର’ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ ଇମ୍ରାନ୍ ଖାନ । ପରେ ମୁଖ୍ୟ ଅଭିନେତା ଭାବେ ୨୦୦୮ରେ ରୋମାଣ୍ଟିକ କମେଡି ମୁଭି ‘ଜାନେ ତୁ ୟା ଜାନେ ନାରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ପାଇଁ ସେ ଆୱାର୍ଡ ହାସଲ କରିବା ପରେ ଏକାଧିକ ଫିଲ୍ମରେ ନଜର ଆସିଥିଲେ । ହେଲେ ଏବେ ଏହି ଅଭିନେତା କିନ୍ତୁ ଅଭିନୟକୁ ବାଏବାଏ କହିଛନ୍ତି ।
ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ଭଣଜା ଇମ୍ରାନ ଶେଷଥର ପାଇଁ ୨୦୧୫ରେ ଫିଲ୍ମ କଟ୍ଟି ବଟ୍ଟିରେ କଙ୍ଗନାଙ୍କ ସହ ନଜର ଆସିଥିଲେ । ହେଲେ ଏବେ ସେ ଅଭିନୟରୁ କ୍ୱିଟ୍ କରିବା ନେଇ ତାଙ୍କ ୧୮ ବର୍ଷର ପୁରୁଣା ସାଙ୍ଗ ଅକ୍ଷୟ ଓବେରୟ ସୋସିଆଲ୍ ମିଡିଆରେ ଜଣାଇଥିଲେ ।
ତେବେ ଅଭିନୟ ଛାଡିବା ପରେ ଇମ୍ରାନ୍ ଏବେ କରିବେ କ’ଣ । ଏହି ପ୍ରଶ୍ନର ଉତ୍ତରରେ ଅକ୍ଷୟଙ୍କ ଅନୁଯାୟୀ ଇମ୍ରାନଙ୍କ ଭିତରେ ଜଣେ ଅଭିନେତା ଅପେକ୍ଷା ଲେଖକ ଓ ନିର୍ଦ୍ଦେଶକର ଗୁଣ ରହିଛି । ଶୁଣିବାକୁ ମିଳିଛି ଇମ୍ରାନ କୁଆଡେ ଖୁବଶୀଘ୍ର ଫିଲ୍ମରେ ନିର୍ଦ୍ଦେଶକ ଭାବେ ସେକେଣ୍ଡ ଇନିଂସ ଆରମ୍ଭ କରିବେ ।
Comments are closed.