Latest Odisha News

ଜୀବନର ଆଉ ୧୦ ବର୍ଷ ଅଛି, କାହିଁକି ଏଭଳି କହିଲେ ଆମୀର

ମୁମ୍ବାଇ: ୧୯୮୮ରେ ‘କୟାମତ ସେ କୟାମତ ତକ୍’ରୁ ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିବା ଆମୀର ଖାନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ସିନେମାରେ କାମ କରି ଆସିଛନ୍ତି।

ତେବେ ମହାମାରୀ ପରେ ଆମୀର ସିନେମା ଇଣ୍ଡଷ୍ଟ୍ରି ଛାଡିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ତାଙ୍କ ପରିବାର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କହିଥିଲେ।

ଆମୀର ଇଣ୍ଡଷ୍ଟ୍ରିକୁ ଫେରିବା ପରେ ତୁରନ୍ତ ୬ଟି ପ୍ରୋଜେକ୍ଟ ସାଇନ କରିଛନ୍ତି  ଯାହାକି ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଏପରି ହୋଇଛି| ଏକ ସାକ୍ଷାତକାରରେ ଆମୀର କହିଛନ୍ତି, ମୁଁ ମୋ ଜୀବନରେ କେବେ ବି ଏକା ସହ ୬ ଟି ଫିଲ୍ମ କରି ନାହିଁ ତେବେ  ଏହା ପଛରେ ମୋର ନିଜର କାରଣ ଅଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ମୁଁ  ସ୍ଥିର କଲି ବର୍ତ୍ତମାନ ଫିଲ୍ମ ଛାଡିବି ନାହିଁ ସେତେବେଳେ ଭାବିଲି ଯେ ଏହା ବୋଧ ହୁଏ ମୋର ଅଭିନୟ ଜୀବନର ଶେଷ ୧୦ବର୍ଷ ହୋଇପାରେ। କାରଣ ଜୀବନର କୌଣସି ଭରସା ନାହିଁ, ଆମେ କାଲି ମଧ୍ଯ ମରୁ ପାରୁ। ମୋର ବୟସ ବର୍ତ୍ତମାନ ୫୯ ବର୍ଷ ଅଟେ ଓ ୭୦ ବର୍ଷ ହେବା ବେଳକୁ ମୁଁ ଆଶା କରେ ଯେ ମୁଁ ମୋର କାମ ମାଧ୍ୟମରେ ଲୋକଙ୍କୁ ଯଥାସମ୍ଭବ ମନୋରଞ୍ଜନ କରିପାରିବି। ତେଣୁ ମୁଁ ଅଧିକରୁ ଅଧିକ ଚଳଚ୍ଚିତ୍ର କରିବାକୁ ନିଷ୍ପତ୍ତି ନେଇଛି।

Comments are closed.