ମୁମ୍ବାଇ: ଅମୀର ଖାଁ ଓ ରାଜକୁମାର ହିରାନୀ ଯୋଡି ବଲିଉଡରେ ଥ୍ରୀ ଇଡିଏଟ୍ସ ଓ ପିକେ ପରି ସୁପରହିଟ ଫିଲ୍ମ ଦେଇଛନ୍ତି । ଦୀର୍ଘ ଦିନ ପରେ ଏହି ଯୋଡି ଦାଦା ସାହେବ ଫାଲକେଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଥିଲେ । ପ୍ରଶଂସକମାନେ ଏହାକୁ ନେଇ ବେଶ ଉତ୍ସାହିତ ଥିଲେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏବେ ଏହି ଫିଲ୍ମ ଆରମ୍ଭ ହେବାରେ ବିଳମ୍ବ ହେବାକୁ ଯାଉଛି । ଅମୀରଙ୍କୁ ରାଜକୁମାର ଓ ଅଭିଜିତ ଯୋଶୀ ଫିଲ୍ମର ସ୍କ୍ରିପ୍ଟ ଶୁଣାଇଥିଲେ । ଅମୀରଙ୍କୁ ଏଥିରେ କିଛି ଅଭାବ ପରିଲକ୍ଷିତ ହୋଇଥିଲା । ସେ ପୂନର୍ବାର ସ୍କ୍ରିପ୍ଟ ଲେଖିବା ପାଇଁ ରାଜକୁମାରଙ୍କୁ ଅନୁରୋଧ କରିଥିଲେ । ଯାହାକୁ ନେଇ ହିରାନୀ ଓ ଅଭିିଜିତ ଆଶ୍ଚର୍ଯ୍ୟଚକିତ ହୋଇଥିଲେ ।
ଅକ୍ଟୋବର ୨୦୨୫ରୁ ଏହି ଫିଲ୍ମ ଫ୍ଲୋରକୁ ଯିବ ବୋଲି ସ୍ଥିର ହୋଇଥିଲା । ଏବେ ଏଥିରେ ବିଳମ୍ବ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ଅମୀର ଇତି ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ ନେଇ ସ୍କ୍ରିପ୍ଟ ଶୁଣିବା ଆରମ୍ଭ କରିଛନ୍ତି । ରାଜକୁମାର ଓ ଲୋକେଶ କନଗରାଜଙ୍କ ଦାଦାସାହେବ ଫାଲକେ ବାୟୋପିକ ଏବେ ବ୍ୟାକଫୁଟକୁ ଚାଲିଯାଇଛି । ଏପରିକି ମେକର୍ସ ଫିଲ୍ମ ବନ୍ଦ କରିବେ କି ଅମୀରଙ୍କ ବଦଳାଇବା ସେ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ଅଯଥା ବିଳମ୍ବ ଫିଲ୍ମର ବଜେଟକୁ ବୃଦ୍ଧି କରିବ ଯାହାକୁ ନେଇ ମେକର୍ସ ଚିନ୍ତାରେ ଅଛନ୍ତି ।
Comments are closed.