Latest Odisha News

BREAKING NEWS

ଅମୀରଙ୍କ ପୁତ୍ର ଜୁନୈଦଙ୍କୁ ଫିଲ୍ମ ମିଳୁନି !

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅମୀର ଖାଁଙ୍କ ପୁତ୍ର ଜୁନୈଦଙ୍କୁ ଫିଲ୍ମ ମିଳୁନି । ୨୩ ବର୍ଷୀୟ ଜୁନୈଦ ଅମୀରଙ୍କ ପ୍ରଥମ ପତ୍ନୀ ରୀନା ଦତଙ୍କ ସନ୍ତାନ । ଦୀର୍ଘ ସମୟ ଧରି ସେ ଏଥିନେଇ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି । ବାରମ୍ବାର ସେ ଅଡିଶନରେ ବିଫଳ ହେଉଛନ୍ତି । ନିକଟରେ ମାଲାୟଲମ ଫିଲ୍ମ ଈଶ୍ମର ହିନ୍ଦୀ ରିମେକରେ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ନୀରଜ ପାଣ୍ଡେଙ୍କ ଏହି ଫିଲ୍ମରେ ମଧ୍ୟ ତାଙ୍କୁ ଶେଷରେ ନିରାଶ ହେବାକୁ ପଡିଛି ।

୩ ବର୍ଷ ଥିଏଟରରେ ଅଭିନୟ କରିବା ପରେ ସେ ଆସିଷ୍ଟାଂଟ ଡାଇରେକ୍ଟର କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି । କିନ୍ତୁ ଫିଲ୍ମରେ ପଦାର୍ପଣ କରିବା ସ୍ୱପ୍ନ ସାକାର ହୋଇପାରୁ ନାହିଁ । ଅମୀର ତାଙ୍କ ପୁଅ ପାଇଁ କାହା ଆଗରେ ମୁହଁ ଖୋଲିବାକୁ ଚାହୁଁ ନାହାନ୍ତି ।

Leave A Reply

Your email address will not be published.