Latest Odisha News

BREAKING NEWS

ଲେଖିକା ସଂସଦର ବାର୍ଷିକ ଉତ୍ସବ ପାଳିତ

ପୁରୀ : ଓଡ଼ିଶା ଲେଖିକା ସଂସଦ ପୁରୀ ଶାଖାର ବାର୍ଷିକୋତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର ଯୋଗ ଦେଇ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ।

ଏହି ଉତ୍ସବରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ସିନ୍ଧୁ ସେନ , ଡ. ଅଞ୍ଜଳି ତ୍ରିପାଠୀ, ଅମ୍ରିତା ସିଂହ, ଆରତୀ ମହାନ୍ତି ଓ ଆଶାଲତା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସୁବାସିନୀ ଧଳଙ୍କ ରଚିତ ‘ମା ଆସୁଛନ୍ତି’ ନାଟକ ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ପୁରୀ ଶାଖା ଆବାହିକା ସୁବାସିନୀ ଧଳଙ୍କ ସଭାପତିତ୍ୱରେ ହୋଇଥିବା ବେଳେ  କ୍ରିଷ୍ଣା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଚାରୁବାଳା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.