Latest Odisha News

BREAKING NEWS

ଦିଲ୍ଲୀ ରାଜନୀତିରେ ରୋଚକ ଘଟଣା, ନିର୍ବାଚନ କମିଶନ ନଶୁଣିବାରୁ ଆପ ତିଆରି କଲା ୱେବସାଇଟ

ନୂଆଦିଲ୍ଲୀ : ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି । କିନ୍ତୁ ଏଯାଏଁ କେତେ ଭୋଟ୍ ପୋଲିଂ ହୋଇଛି, ସେ ସଂକ୍ରାନ୍ତ ତଥ୍ୟ ଦେଲେନି ମୁଖ୍ୟ ନିର୍ବାଚନ କମିଶନ । ଦିଲ୍ଲୀର ପ୍ରତି ନିର୍ବାଚନ ମଣ୍ଡଳୀର କେଉଁ ବୁଥରେ କେତେ ଭୋଟ୍ ପୋଲିଂ ହୋଇଛି, ସେ ସଂକ୍ରାନ୍ତ ସମସ୍ତ ଟିକିନିଖି ତଥ୍ୟ, ନିର୍ବାଚନ କମିଶନ ତାଙ୍କ ୱେବସାଇଟରେ ଅପଲୋଡ୍ କରିବା କଥା । ଏ ସଂକ୍ରାନ୍ତ ଫର୍ମ 17C ୱେବସାଇଟ୍‌ରେ ଅପଲୋଡ୍ କରିବା କଥା ନିର୍ବାଚନ କମିଶନ । କିନ୍ତୁ ଏଯାଏ ତାହା କରି ନାହାନ୍ତି ।

ଫର୍ମ 17C ଅପଲୋଡ୍ କରିବାକୁ ଆମ୍ ଆଦମୀ ପାର୍ଟି, ବହୁବାର ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ତାହା କରିନାହାନ୍ତି କି କରୁ ନାହାନ୍ତି କମିଶନ ।ଯାହା ଫଳରେ ଆମ୍ ଆଦମୀ ପାର୍ଟି ସମାନ୍ତରାଳ ଭାବେ transparentelections.in ନାମରେ ଏକ ୱେବସଇଟ୍ ଡେଭଲପ୍ କରିଛି । ଯେଉଁଥିରେ ଫର୍ମ 17C ଭଳି ସବିଶେଷ ତଥ୍ୟ ଉପଲବଧ ହେବା ବୋଲି କହିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ୧୯୬୧ର ନିର୍ବାଚନ ଆଇନ ଅନୁଯାୟୀ ଫର୍ମ 17Cରେ ଦୁଇଟି ପାର୍ଟ ରହିଛି । ଗୋଟେ ପାର୍ଟରେ ନିର୍ବାଚନ ଦିନ, କେତେ ଭୋଟ୍ ପୋଲିଂ ହୋଇଛି ତାହା ଉଲ୍ଲେଖ ହୋଇଥାଏ ।

ସୂଚନା ଥାଉକି, ଦିଲ୍ଲୀ ରେଜଲ୍‌ଟ ସ୍ପଷ୍ଟ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି । ଏକଜିଟ୍ ପୋଲକୁ ନେଇ ବିଜେପି ଉତ୍ସାହିତ ଥିବା ବେଳେ ଚିନ୍ତାରେ ଆମ୍ ଆଦମୀ ପାର୍ଟି । ଆସନ୍ତା କାଲି ଭୋଟ ଗଣତି ପରେ ଜଣାପଡ଼ି କିଏ ହେବ ଦିଲ୍ଲୀର ବାଜିଗର ।

Comments are closed.