Latest Odisha News

BREAKING NEWS

ଏହି ଦିନ ଲଞ୍ଚ ହେବ ଆପଲର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ..

ନୂଆଦିଲ୍ଲୀ:ଫୋଲଡେବଲ୍ ଆଇଫୋନ୍ ର ଅପେକ୍ଷାର ଶୀଘ୍ର ଅନ୍ତ ହେବାକୁ ଯାଉଛି । ଆପଲର ପ୍ରଥମ ଫୋଲଡେବଲ୍ ଆଇଫୋନର ଲିକ୍ ସାମ୍ନାକୁ ଆସିଛି । ଏହି ଆଇଫୋନ୍ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ମସିହାରେ ଲଞ୍ଚ ହୋଇପାରେ ।

ଏକ୍ସ ୟୁଜର ହାୟଓ ଆପଲର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ବିଷୟରେ ତଥ୍ୟ ସେୟାର କରିଛନ୍ତି । ଆସନ୍ତା ବର୍ଷ ୨୦୨୬ ମସିହା(ସେପ୍ଟେମ୍ବର-ଅକ୍ଟୋବର)ରେ ଏହି ଆଇଫୋନ୍ ଲଞ୍ଚ ହୋଇପାରେ । ଏହା ସହିତ କମ୍ପାନୀ ପ୍ରଥମ ଫୋଲ୍ଡେବଲ୍ iPad ଏବଂ MacBook ମଧ୍ୟ ଲଞ୍ଚ କରିବାକୁ ଯାଉଛି । ଯାହାକୁ ୨୦୨୭ ରେ ଲଞ୍ଚ ହେବ ।

ଆପଲ୍ ବହୁତ ଦିନ ଧରି ନିଜର ଫୋଲ୍ଡେବଲ୍ ଆଇଫୋନ୍ ପାଇଁ ପ୍ରସ୍ତୁତି କରୁଛି । ଆପଲର ଏହି ଫୋଲ୍ଡେବଲ୍ ଆଇଫୋନଟି ସାମସଙ୍ଗର Galaxy Z Fold ସିରିଜ୍ ପରି ଏକ ବୁକ୍ ଷ୍ଟାଇଲ୍ ଡିଜାଇନ୍ ଭଳି ଆସିପରେ ।

ରିପୋର୍ଟ ଅନୁସାରେ, ଏଥିରେ ୧୨ ଇଞ୍ଚର ଫୋଲ୍ଡେବଲ୍ ସ୍କ୍ରିନ୍ ଆସିପାରେ । ଫୋଲ୍ଡେବଲ୍ ଆଇଫୋନର ମୋଟେଇ ୯.୨ mm ହେବ । ଫୋଲ୍ଡ ହେବା ପରେ ଆଇଫୋନର ସ୍କ୍ରିନ୍ ୬.୧ ଇଞ୍ଚ ହୋଇଯିବ । ୨୦୨୬ ରେ କେବଳ ୮ ରୁ ୧୦ ମିଲିୟନ୍ ଫୋଲ୍ଡେବଲ୍ ଆଇଫୋନକୁ ଲଞ୍ଚ କରାଯିବ । ହେଲେ, ଡିମାଣ୍ଡକୁ ଦେଖି ୨୦୨୭ରେ ଏହାର ୨୦ ମିଲିୟନ୍ ୟୁନିଟକୁ ବଜାରରେ ଲଞ୍ଚ କରାଯିବ ।

ଆପଲର ଏହି ଫୋଲ୍ଡେବଲ୍ ଆଇଫୋନରେ ଆଲୁମିନିୟମ୍ ବଡ଼ିର ବ୍ୟବହାର ହୋଇପାରେ । ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିପାରେ । ସେହିଭଳି, ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ କଭର ଏବଂ ଫୋଲ୍ଡେବଲ୍ ସ୍କ୍ରିନର କ୍ୟାମେରା ରହିପାରେ । ଫୋନରେ ୫,୦୦୦ mAh ର ବ୍ୟାଟେରୀର ବ୍ୟବହାର କରାଯାଇପାରେ ।

ହିଞ୍ଜ ଡିଜାଇନ୍ ଆପଲ୍ ର ହେବ, କିନ୍ତୁ ଏହା ତାଇୱାନ କମ୍ପାନୀଗୁଡିକ ଦ୍ୱାରା ପ୍ରସ୍ତୁତ ହେବ । କମ୍ପାନୀଗୁଡିକ ଯୋଗାଉଥିବା ଅନ୍ୟ ଆଭ୍ୟନ୍ତରୀଣ ଅଂଶଗୁଡ଼ିକ ଲିଙ୍ଗୟୁକୁ ଅନ୍ତର୍ଭୁକ୍ତ କରିପାରେ |

Comments are closed.