Latest Odisha News

BREAKING NEWS

ପାଦରେ କାହିଁକି ପିନ୍ଧା ଯାଏ ନାହିଁ ସୁନା ପାଉଁଜି, ଜାଣନ୍ତୁ…

ଭୁବନେଶ୍ୱର: ନାରୀ ଓ ଗହଣା ପରସ୍ପର ପରିପୁରକ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗହଣାର ତିଆରି ସତେ ଯେପରି କେବଳ ନାରୀକୁ ସଜାଇବା ପାଇଁ ହୋଇଥାଏ । ମଥା ଟିକ୍କା ଠାରୁ ନେଇ ପାଦର ପାଉଁଜି ପର୍ଯ୍ୟନ୍ତ ନାରୀଟିଏ ଆଭୂଷଣରେ ସଜେଇ ହୋଇ ରହିବାକୁ ପସନ୍ଦ କରେ । ଅଳଙ୍କାର ମଧ୍ୟରେ ନରୀଙ୍କର ପ୍ରଥମ ପସନ୍ଦ ସୁନା ଅଳଙ୍କାର । ସେ ହାର ହେଉ କି ଚୁଡି । ମହିଳାମାନଙ୍କ ଷୋଳହ ସୃଙ୍ଗାରମାନଙ୍କ ମଧ୍ୟରୁ ପାଉଁଜି ଅନ୍ୟତମ । କିନ୍ତୁ କେବେ ଦେଖିଛନ୍ତି କି ନରୀଟିଏ ସୁନା ପାଉଁଜି ପିନ୍ଧିବାର ?

ଜାଣନ୍ତୁ କାହିଁକି ପାଦରେ ପିନ୍ଧା ଯାଏ ନାହିଁ ସୁନା ପାଉଁଜି …

ଧାର୍ମିକ ରୂପରେ ଦେଖିବାକୁ ଗଲେ , ସୁନାକୁ ଲକ୍ଷ୍ମୀଙ୍କ ସ୍ୱରୂପ ଭାବେ ବିବେଚନା କରାଯାଏ। । ଭଗବାନ ବିଷ୍ଣୁଙ୍କ ସବୁଠାରୁ ପ୍ରିୟ ବସ୍ତୁ ସୁନା । ସୁନା ଶରୀରର ତଳ ଭାଗରେ ପରିଧାନ କରାଯାଇନଥାଏ । କୁହାଯାଏ ଯେ ଲକ୍ଷ୍ମୀଙ୍କ ସ୍ୱରୁପ ସୁନାକୁ ପାଦରେ ପରିଧାନ କରିବା ଦ୍ୱାରା ତାହାର ଅପମାନ ହୋଇଥାଏ । ଯେଉଥିପାଇଁ ସୁନାକୁ ପାଦରେ ପିନ୍ଧାଯାଏ ନାହିଁ ।

ବୈଜ୍ଞାନିକଙ୍କ ମତ ଅନୁସାରେ, ମସ୍ତିକ ସବୁ ବେଳେ ଗରମ ହୋଇଥାଏ ଓ ପାଦ ଥଣ୍ଡା ହୋଇଥାଏ । ଶରୀରର ତାପମାତ୍ରାକୁ ସମତୁଲ କରିବା ପାଇଁ  ପାଦ ତଳେ  ରୂପା ପରିଧାନ କରିବା ଉଚିତ୍।

ସୁନା ଗହଣା ଗରମ ଓ ରୂପାର ଗହଣା ଥଣ୍ଡା ହୋଇଥାଏ । ତେଣୁ କୁହାଯାଏ  ପାଦ ତଳେ ରୂପା ପିନ୍ଧିଲେ ଶରୀରରେ ସନ୍ତୁଳନ ବଜାୟ ରହିଥାଏ । ରୂପାର ମୁଦି ଆଦି ପାଦରେ ପିନ୍ଧିବା ହେତୁ ମାସିକଚକ୍ର ନିୟମିତ ରହିଥାଏ ।

 

Leave A Reply

Your email address will not be published.