Latest Odisha News

BREAKING NEWS

ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ନେଇ ସନ୍ଦେହ ପ୍ରକଟ କଲେ କେଜରିୱାଲ

ନୂଆଦିଲ୍ଳୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ହେବା ନେଇ ଆମଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୱାଲ ସନ୍ଦେହ ପ୍ରକାଶ କରିଛନ୍ତି । ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ନିର୍ବାଚନ ସରିଲା ।

ତେବେ ପ୍ରତିଶତ ପ୍ରକାଶ ନେଇ ଏତେ ବିଳମ୍ବ କାହିଁକି ହେଉଛି ବୋଲି ସେ କହିଛନ୍ତି । ଏପରି କି ଇଭିଏଲ ଟ୍ୟାମ୍ପରିଂ ହେଉଥିବା ନେଇ ସେ ଶଙ୍କା ବ୍ୟକ୍ତ କରିଛନ୍ତି । ଆପ୍‌ର ସଞ୍ଜୟ ସିଂ ମଧ୍ୟ ଏ ନେଇ ଇସିକୁ ପରୋକ୍ଷରେ ଦାୟୀ କରିଛନ୍ତି ।

ବିଜେପିର ମନୋଜ ତିୱାରୀ ରବିବାର ମଧ୍ୟ ଦଳ ସରକାର ଗଠନ କରିବ ବୋଲି ପୁନର୍ବାର ଦୃଢ଼ତା ସହକାରେ କହିଛନ୍ତି । ଏକଜିଟ ପୋଲ ୩ଟା ସୁଦ୍ଧା ତଥ୍ୟ ସଂଗ୍ରହ କରିଥିଲା । ମାତ୍ର ଏହା ପରେ ଭୋଟ ଶେୟାର ବହୁତ ବଢ଼ିଥିଲା । ଯାହା କି ବିଜେପି ସପକ୍ଷରେ ଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.