Latest Odisha News

ବନାରସ ଇଟା ଭାଟିରେ ଓଡିଆ ଦାଦନ ଶ୍ରମିକ; ବନ୍ଧୁକ ମୁନରେ କାମ କରିବାକୁ ହେଉଛନ୍ତି ବାଧ୍ୟ

ରାଉରକେଲା: ଓଡିଶାର ଅନେକ ଦାଦନ ଶ୍ରମିକ ଉତ୍ତର ପ୍ରଦେଶର ବନାରସରେ ଏକ ଇଟା ଭାଟିରେ ଫସି ରହିଛନ୍ତି ଓ ନିର୍ଯ୍ୟାତିତ ହେଉଥିବାର ଅଭିଯୋଗ ସାମନାକୁ ଆସିଛି । ଜିତୁ ଓରାମ ନାମକ ଜଣେ ଶ୍ରମିକ ଇଟା ଭାଟିରୁ ପଳାଇବାରେ ସଫଳ ହୋଇ ରାଉରକେଲା ଫେରିବା ପରେ ଏହି ମାମଲାକୁ ସାମନାକୁ ଆସିଛି ।

ସୂଚନା ମୁତାବକ, ରାଉରକେଲା ଗୋପବନ୍ଧୁପଲ୍ଲୀ ଅଂଚଳର ଜିତୁ ଓ ଅନ୍ୟ ୮ଜଣ ଶ୍ରମିକଙ୍କୁ ବାବୁଲ ସିଂହ ନାମକ ଜଣେ ଦଲାଲ ଉତ୍ତର ପ୍ରଦେଶରେ କାମ ଯୋଗାଇଦେବାର ଆଶା ଦେଇଥିଲେ । କିନ୍ତୁ ସେଠି ଶ୍ରମିକମାନେ ପହଂଚି ଦେଖିବାକୁ ପାଇଲେ ଯେ, ସେମାନଙ୍କୁ ବନ୍ଧୁକ ମୁନରେ କାମ କରିବାକୁ ବାଧ୍ୟ କରାଯାଉଛି ଓ ଅସହ୍ୟ ନିର୍ଯ୍ୟାତନା ଦିଆଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଦାଦନ ଶ୍ରମିକଙ୍କ ଉଦ୍ଧାର ପାଇଁ ଏକ ଟିମ୍ ଗଠନ କରାଯାଇଛି । ଖୁବ ଶୀଘ୍ର ଉଦ୍ଧାର ପାଇଁ ଟିମ୍ ବାରାଣାସୀ ଯିବ ବୋଲି ପଶ୍ଚିମାଂଚଳ ଡିଆଇଜି ଘୋଷଣା କରିଛନ୍ତି । ଦଲାଲ ଓ ଇଟାଭାଟି ମାଲିକଙ୍କ ନାଁରେ ପ୍ଲାଣ୍ଟ ସାଇଟ୍ ଥାନରେ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.