Latest Odisha News

BREAKING NEWS

‘ବିଜେପି ହଜିଗଲାଣି’, ୭୦ ସିଟ୍ ପାଇଁ ପ୍ରାର୍ଥୀ ଦେଇ ବର୍ଷିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଏବେ ସରଗରମ ରହିଛି ଦିଲ୍ଲୀ ରାଜନୀତି । ମୁଣ୍ଡ ଉପରେ ଜାତୀୟ ରାଜଧାନୀର ବିଧାନସଭା ନିର୍ବାଚନ । ଯାହାକୁ ନେଇ ଆଜି ଦିଲ୍ଲୀର ଶାସକ ଦଳ ଆମ ଆଦମି ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ୩ୟ ଥର ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଯେଉଁଥିରେ ମୋଟ ୩୮ ସିଟରେ ନିଜର ପ୍ରାର୍ଥୀ ନାଁ ଘୋଷଣା କରିଛି ଆପ୍ । ଏଥିସହିତ ଆପ୍ ବିଧାନସଭାର ମୋଟ ୭୦ ସିଟରେ ନିଜର ପ୍ରାର୍ଥୀ ଦେଇସାରିଛି । ଆଜି ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସମୟରେ ବିଜେପିକୁ କଡା ନିଶାନା ସାଧିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ।

ଏନେଇ କେଜ୍ରିଓ୍ବାଲ କହିଛନ୍ତି, ବିଜେପି ଏବେ ହଜିଯାଇଛି । ତାଙ୍କ ପାଖରେ ମୁଖ୍ୟମନ୍ତ୍ରୀ ପାଇଁ ନା ଦାବିଦାର ଅଛନ୍ତି ନା ଦଳ ଅଛି । ସେମାନଙ୍କର କେବଳ ଗୋଟିଏ ନୀତି, ଆଉ ଗୋଟିଏ ନାରା, ତାହା ହେଉଛି- କେଜ୍ରିଓ୍ବାଲ ହଟାଅ । ଏମାନଙ୍କୁ ଯଦି ପଚାରିବ ଗତ ୫ ବର୍ଷରେ ସେମାନେ କ’ଣ କରିଛନ୍ତି? ତାର ଜବାବରେ ସେମାନେ କହିବେ, କେଜ୍ରିଓ୍ବାଲକୁ ଅନେକ ଗାଳି ଦେଇଛୁ ।

ସେ ଆହୁରି ମଧ୍ୟ କହିଛନ୍ତି,  ଆପ ପାଖରେ ଦିଲ୍ଲୀବାସୀଙ୍କ ବିକାଶ ପାଇଁ ଲକ୍ଷ୍ୟ ରହିଛି । ଦଳ ପାଖରେ ଯୋଜନା ଆଉ ବଜେଟ ଉଭୟ ରହିଛି । ଆଉ ତାଙ୍କ ପାଖରେ ଗୋଟେ ଶିକ୍ଷିତ ଦଳ ମଧ୍ୟ ରହିଛି । ଗତ ୧୦ ବର୍ଷରେ ଦିଲ୍ଲୀ ପାଇଁ କରିଥିବା କାମର ଲମ୍ବା ଲିଷ୍ଟ ମଧ୍ୟ ରହିଛି । ଯାହା ବିଜେପି ପାଖରେ ନାହିଁ । ଦିଲ୍ଲୀବାସୀ କାମ କରିବା ଲୋକଙ୍କୁ ଭୋଟ ଦିଅନ୍ତି, ନାହିଁକି ଗାଳି ଦେଉଥିବା ଲୋକଙ୍କୁ କହି ବିଜେପିକୁ ସମାଲୋଚନା କରିଛନ୍ତି କେଜ୍ରିଓ୍ବାଲ ।

ତେବେଜି ଆପ୍ ଦିଲ୍ଲୀ ବିଧାନସଭାର ମୋଟ୍ ୭୦ ସିଟ୍ ପାଇଁ ପାର୍ଥୀ ତାଲିକା ଘୋଷଣା କରିସାରିଛି । ଆଜି ତୃତୀୟ ତାଲିକାରେ ଦିଲ୍ଲୀରୁ ଅରବିନ୍ଦ କେଜ୍ରିୱାଲ, କାଲକାଜୀରୁ ଅତିଶୀ, ଗ୍ରେଟର କୈଳାସରୁ ସୌରଭ ଭରଦ୍ୱାଜ, ଓଖଲାରୁ ଅମାନତୁଲ୍ଲା ଖାନ, ମାଲଭିୟ ନଗରରୁ ସୋମନାଥ ଭାରତୀ ପ୍ରମୁଖ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.