ନୂଆଦିଲ୍ଲୀ: ଆସନ୍ତାକାଲି ଆସିବ ଦିଲ୍ଲୀ ନିବାଚନୀ ଫଳାଫଳ । ମଙ୍ଗଳବାର ସକାଳ ୮ଟାରୁ ଦିଲ୍ଲୀ ସବୁ କେନ୍ଦ୍ରରେ ମତ ଗଣନା ଆରମ୍ଭ ହେବ । ଏଥିପାଇଁ ଷ୍ଟ୍ରଙ୍ଗରୁମ୍ ବାହାରେ ପୋଲିସର କଡା ପହରା ମଧ୍ୟ ରହିଛି । ତେବେ ଏଥର କିଏ ଜିତିବ ଆଉ କିଏ ଦଖଲ କରିବ ଦିଲ୍ଲୀ ତାକୁ ନେଇ ଆକଳନ ଜୋରଦାର ଚାଲିଛି । ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ବୁଥ ବାହୁଡା ମତରୁ ଆମ ଆଦମୀ ପାର୍ଟି ଦିଲ୍ଳୀରେ ପୁଣି ସରକାର ଗଢ଼ିବ ବୋଲି ଜଣାପଡିଛି । ତେବେ ଏସବୁ ଭିତରେ ଆପ୍କୁ ଇଭିଏମ୍ ଭୟ ଘାରିଛି ।
ସେପଟେ ବିଜେପି କିନ୍ତୁ ଏଗ୍ଜିଟ୍ ପୋଲ ରିପୋର୍ଟକୁ ଭୁଲ ବୋଲି କହିଛି । ବିଜେପର ଷ୍ଟାର ପ୍ରାର୍ଥୀ ମନୋଜ ତିୱାରୀ ଏଗ୍ଜିଟ୍ ପୋଲ ରିପୋର୍ଟ ଭୁଲ୍ ହେବ ବୋଲି ଦାବି କରିଛନ୍ତି । ବିଜେପି ଦିଲ୍ଲୀରେ ୪୮ ଆସନ ଦଖଲ କରିବ ବୋଲି ସେ କହିଛନ୍ତି । ତେବେ ବିଜେପିର ଏପରି ଦମ୍ଭୋକ୍ତି ପରେ ଆମ୍ ଆଦ୍ମୀ ପାର୍ଟି ଭିତରେ ଭୟ ଖେଳି ଯାଇଛି । ଷ୍ଟ୍ରଙ୍ଗରୁମ୍ ବାହାରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଦଳୀୟ କର୍ମୀମାନେ ପହରା ଦେଇଛନ୍ତି । ସେପଟେ ଇଭିଏମ୍କୁ ନେଇ କୌଣସି ପ୍ରକାର ଆଶଙ୍କା ଅମୂଳକ ବୋଲି କହିଛନ୍ତି ଦିଲ୍ଲୀ କମିଶନର ।
BREAKING NEWS
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
Comments are closed.