Latest Odisha News

BREAKING NEWS

ବାଲେଶ୍ୱରରେ ୫ଟି ସଚିବ, ତାଳସରୀ ଓ ଉଦୟପୁର ବେଳାଭୂମିର ହେବ ଉନ୍ନତି

ବାଲେଶ୍ୱର: ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମିର ହେବ ଉନ୍ନତି । ଏନେଇ ବାଲେଶ୍ୱରରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ବେଳାଭୂମିର ନକ୍ସା ଦେଖିଛନ୍ତି ଏବଂ ବିଭାଗୀୟ ଅଧିକାରୀଙ୍କ ସହ ମିଶି ବେଳାଭୂମିର ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଫାଇଭ୍ ଟି ସଚିବ ।

ତାଳସରୀ ଓ ଉଦୟପୁର ବେଳାଭୂମିର କିଭଳି ବିକାଶ କରାଯିବ ଓ ଏହା କିଭଳି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସେ ନେଇ ଫାଇଭ୍ ଟି ସଚିବ ସ୍ଥିତି ମଧ୍ୟ ପରଖିଛନ୍ତି । ଏଥିସହ ବିସ୍ତିର୍ଣ୍ଣ ବେଳାଭୂମିକୁ ବୁଲି ଦେଖବଛନ୍ତି ଭି.କେ ପାଣ୍ଡିଆନ୍ । ଏହି ଗସ୍ତରେ ତାଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ସାମିଲ ଥିଲେ ।

Leave A Reply

Your email address will not be published.