Latest Odisha News

BREAKING NEWS

ଛାତ୍ରୀଙ୍କୁ ଗୁଳିମାଡ ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରେ ଦିନ ଦ୍ୱିପହରେ ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ କମିଶନରେଟ୍ ପୋଳିସ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ କୌଣସି ଦୁର୍ବୃତ ନୁହଁନ୍ତି ବରଂ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଆଶିଷ କୁମାର ନାୟକ ବୋଲି ଜଣାପଡିଛି । ଆଶିଷଙ୍କ ନାଁରେ ବହୁ ଅପରାଧିକ ରେକର୍ଡ ରହିଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ବୋମା ମାଡ ଘଟଣାରେ ଆଶିଷକୁ ପୋଲିସ ଗିରଫ କରିଥିଲା । ସୂଚନା ମୁତାବକ, ଇନ୍‌ଫୋସିଟି ଥାନା ଅଚଂଳରେ ଜଣେ ଛାତ୍ରୀଙ୍କୁ ଆଜି ଦିନ ଦ୍ୱିପହାରେ ଗୁଳି ମାଡ ହୋଇଥିଲା । ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଆଶିଷ ଠିଆ ହୋଇଥିବା ବେଳେ ୨ ଜଣ ଦୁର୍ବୃତ ଆସି ଛାତ୍ରୀଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିବା କୁହାଯାଉଥିଲା । କିନ୍ତୁ ପୋଲିସ ପୁରୁଷ ବନ୍ଧୁ ଆଶିଷକୁ ଅଟକ ରଖି ପଚରାଉଚରା କରିବା ପରେ ପୁରା ଘଟଣା ଉପରୁ ପରଦା ଉଠିଛି । ଆଶିଷ ଛାତ୍ରୀଙ୍କ ପାଖକୁ ଯାଇଥିଲେ । ସେଠାରେ ସେମାନେ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଆଶିଷଙ୍କ ପାଖରେ ଥିବା ଏକ ବନ୍ଧୁକରେ ଉଭୟ ଖେଳୁଥିଲେ । ଏହି ସମୟରେ ବନ୍ଧୁକରୁ ଗୁଳି ଫୁଟି ଛାତ୍ରୀଙ୍କ ଜଙ୍ଘରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତ୍ରୀଙ୍କ ନାଁ ସୋନାଲି ଓ ତାଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡିିଛି ।

Leave A Reply

Your email address will not be published.