Latest Odisha News

BREAKING NEWS

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଆପର ବିରୋଧ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷା ନୀତିକୁ ନେଇ ନିଜର ମତ ପରେ ଏହାକୁ ବିରୋଧ କରିଛି  ଆମ ଆଦମୀ ପାର୍ଟି  ।

ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ନୀତିକୁ ନେଇ ନିଜର ମତ ରଖିଥିଲେ  । ଏଥିରେ ସେ ତିନୋଟି କଥା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଥମଟି ହେଲା ରାଷ୍ଟ୍ରପତିଙ୍କ ନାତୁଣୀର ସ୍କୁଲ ଫିସ ଏବଂ ଘରେ କାମକରୁଥିବା ଚାକରାଣୀର ସ୍କୁଲ ଫିସ ସମାନ ହେବା ଉଚିତ ନୁହେଁ  । ଦ୍ୱିତୀୟରେ ଆମେମାନେ ବର୍ଦ୍ଧିତ ସ୍କୁଲ ଫିସକୁ ବିରୋଧ କରିବା ଦ୍ୱାରା ଶିକ୍ଷା ବେପାରୀମାନେ ଉନ୍ନତ୍ତି କରିପାରୁନାହାନ୍ତି  । ଏବଂ ତୃତୀୟରେ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଗରୀବ ମାନଙ୍କ କଥା କହି ଧନୀ ମାନଙ୍କୁ ଗାଳି ଦେଉଛି  ।

ଶିକ୍ଷାମନ୍ତ୍ରୀଙ୍କର ଏ ପ୍ରକାର ମାନସିକତା ଦେଶ ଏବଂ ସମ୍ବିଧାନ ବିରୋଧୀ କହି ଓଡିଶା ଆମ ଆଦମୀ ପାର୍ଟିର ଆବାହକ ନିଶିକାନ୍ତ ମହାପାତ୍ର ଏକ ସାମ୍ୱାଦିକ ସମ୍ମିଳନି କରି ଏହାକୁ  ଦୃଢ ବିରୋଧ କରିଥିଲେ  । ୮୬ତମ ସମ୍ବିଧାନ ସଂଶୋଧନ ୬ ରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କଥା କହୁଥିବା ବେଳେ ଶିକ୍ଷମନ୍ତ୍ରୀଙ୍କର ଧନୀ ଏବଂ ଗରିବଙ୍କ ପାଇଁ ଦୁଇଟି ଶିକ୍ଷା ବ୍ୟବସ୍ଥା ଚିନ୍ତା କରିବା ମାରାତ୍ମକ ଅଟେ  । ରାଷ୍ଟ୍ରପତିଙ୍କ ନାତୁଣୀ ଏବଂ ଗରୀବର ପିଲା ଏକାଠି ପଢ଼ିପାରିବେ ନାହିଁ ଏବଂ ସବୁ ପିଲାଙ୍କ ପାଇଁ ଆର୍ଥିକ ଆଧାରରେ ଅଲଗା ସ୍କୁଲ ହେବ  । ଏହା ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ଆପ ଆବାହକ ନିଶିକାନ୍ତ ମହାପାତ୍ର  ।

କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ଏକ ସମ୍ଭ୍ରାନ୍ତ ଶ୍ରେଣୀର ଚିତ୍ରିତ କହିବା ସହ ସମାନ  ।  ଏହା ଦ୍ବାରା ଗରିବ ଚାକରାଣୀର ଦାରିଦ୍ର୍ୟତାକୁ ଉପହାସ କରୁଛନ୍ତି ବୋଲି ଅଭିଯୋଗ କରିଛି ଆପ୍  । ଏହାର ଦୃଢ ବିରୋଧ କରିବା ସହିତ ଧନୀ ଦରିଦ୍ର ସମସ୍ତଙ୍କ ପାଇଁ ଉତ୍କୃଷ୍ଟ ଶିକ୍ଷା ଦେବାକୁ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ଦାବି କରିଛି ଆମ ଆଦମୀ ପାର୍ଟି  । ତାହା ସହ  ଶିକ୍ଷା ମନ୍ତ୍ରୀ ଦେଶ ଆଗରେ କ୍ଷମା ମାଗି ନିଜର ମନ୍ତବ୍ୟ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ ଆପ୍  ।

Leave A Reply

Your email address will not be published.