Latest Odisha News

BREAKING NEWS

ଦୀପାବଳିରୁ ରିଲାଏନ୍ସ JIO ଆରମ୍ଭ କରିବ 5G ସେବା

ମୁମ୍ବାଇ: ଦୀପାବଳିରୁ ଦେଶରେ ଆରମ୍ଭ ହେବ 5G ସେବା । ରିଲାଏନ୍ସର ୪୫ତମ ବାର୍ଷିକ ସାଧାରଣ ବୈଠକରେ ଏହି ଘୋଷଣା କରିଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ । ପ୍ରଥମେ ଜିଓ 5G ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଭଳି ମେଟ୍ରୋ ସିଟି ସହ ଅନ୍ୟ ବଡ଼ ସହରରେ ଉପଲବ୍ଧ ହେବ । ଡିସେମ୍ବର ୨୦୨୩ ସୁଦ୍ଧା ସମଗ୍ର ଦେଶର ସମସ୍ତ ବ୍ଲକ ଓ ତହସିଲରେ ଜିଓ 5G ସେବା ମିଳିବ ।

ସାରା ଦେଶରେ ଜିଓ 5G ସେବା ଯୋଗାଇବା ପାଇଁ ୨ ଲକ୍ଷ କୋଟି ଟଙ୍କା ନିବେଶ କରୁଛି । ଦେଶରେ 5G ସେବା ଆରମ୍ଭ ପରେ ଇଣ୍ଟରନେଟ୍ ଡିଭାଇସ୍ର ଚାହିଦା ବଢ଼ିବ । ଏଥିପାଇଁ ଜିଓ ମେଟା, ଗୁଗଲ, ମାଇକ୍ରୋସଫ୍ଟ, ନୋକିଆ, ସାମସଙ୍ଗ ସହ ପାର୍ଟନର ହୋଇଛି । ତେବେ ଦେଶରେ 5G ସେବା ଜିଓ ଆରମ୍ଭ କଲେ ଦର 4G ତୁଳନାରେ କେତେ ଅଧିକ ରହିବ ସେନେଇ କୌଣସି ସୂଚନା ଦେଇ ନାହିଁ ।

Leave A Reply

Your email address will not be published.