Latest Odisha News

ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷ

ଅନୁଗୁଳ: ଦିନ ଦ୍ୱିପ୍ରହରରେ ଅପରାଧ । ଗୁଳିମାଡ଼ ପରେ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷରୁ ଅଧିକ ଟଙ୍କା । ଅନୁଗୁଳ ଟାଉନ୍ ଥାନା କୁରୁଡୁଲୁ ନିକଟ ଶର୍ମା ଛକରେ ଦୁର୍ବୃତ୍ତ ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ।

ଗୁରୁତର ଆହତ ମଦ ଦୋକାନ କର୍ମଚାରୀ ଶେଷନାଥ ଗୁପ୍ତାଙ୍କ ହାତ ଓ ଛାତିରେ ଆଘାତ ଲାଗିଛି । ଶେଷନାଥଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନୁଗୁଳ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.