ନୂଆଦିଲ୍ଲୀ: ଟ୍ରେଣ୍ଡରେ ବିଜେପିର ଜନାଦେଶ । ସେପଟେ ଧୂଳି ଚାଟିଲାଣି ଆପ୍। ହାରିଲେ କେଜ୍ରିୱାଲ, ସିସୋଦିଆ କିନ୍ତୁ ଜିତିଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୮ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୨ଟି ସିଟରେ ଆଗୁଆ ଅଛି ।
ଜଙ୍ଗପୁରାରୁ ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପରାଜିତ ହୋଇଛନ୍ତି। ସିସୋଦିଆଙ୍କୁ ୩୮,୧୮୪ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ତରବିନ୍ଦରଙ୍କୁ ୩୮,୮୫୯ ଭୋଟ ମିଳିଛି।ସେହିପରି ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ହରାଇ ବାଜି ମାରିନେଇଛନ୍ତି ବିଜେପି ପ୍ରାର୍ଥୀ ପରଭେଶ ବର୍ମା । ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୧ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ।ଅନ୍ୟପଟେ କାଲଜାକୀ ସିଟରୁ ବିଜୟୀ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ । ସେ ବିଜେପିର ରେମଶ ବିଦୁଡିଙ୍କୁ ହରାଇ ବିଜୟ ଲାଭ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ୨୦୧୩ ମସିହା ପରଠାରୁ ଦିଲ୍ଲୀରେ ଚାଲିଛି ଆପ୍ ସରକାର । ପ୍ରଥମ କେଜ୍ରିଓ୍ୱାଲ ଏବଂ ଏବେ ଅତୀଶ ଏହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
Comments are closed.