ଅହମ୍ମଦାବାଦ: ନିର୍ମାଣଧୀନ ସାବରମତୀ ବୁଲେଟ୍ ଟ୍ରେନ ଷ୍ଟେସନରେ ଅଗ୍ନିକାଣ୍ଡ। ଗୁଜୁରାଟର ଅହମ୍ମଦାବାଦରେ ଥିବା ନିର୍ମାଣଧୀନ ସାବରମତୀ ବୁଲେଟ୍ ଟ୍ରେନ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ତେବେ ଏହି କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ନାହିଁ। ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ଘଟଣାଟି ଆଜି ସକାଳେ ହୋଇଥିବା ବେଳେ ଅଗ୍ନିଶମବାହିନୀ ୨ ଘଣ୍ଟାର ପରିଶ୍ରମ ପରେ ନିଆକୁ ଆୟତ୍ତ କରିପାରିଥିଲେ। ସୋସିଆଲ ମିଡ଼ିଆରେ ଏହି ଅଗ୍ନିକାଣ୍ଡର ଫଟୋ ଓ ଭିଡିଓ ଭାଇରାଲ ହେଉଛି। ବୁଲେଟ ଟ୍ରେନ ଷ୍ଟେସନର ଅଧାରୁ ଅଧିକାଂଶ ଅଂଶ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ନିର୍ମାଣଧୀନ ଷ୍ଟେସନର ଗୋଟିଏ ପଟ ଛାତର ସଟରିଂରେ ନିଆଁ ଲାଗିଥିୂବା ନ୍ୟାଶନାଲ ହାଇସ୍ପିଡ଼୍ ରେଲ୍ କର୍ପୋରେସନ ଲିମିଟେଡ଼୍ ପକ୍ଷରୁ କୁହାଯାଇଛି।
ତେବେ ବିଲ୍ଡ଼ିଂରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏନେଇ ଘଟଣା ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପରେ ଘଟଣାର ପ୍ରକୃତ କରାଣ ଜଣାପଡ଼ିବ। ସେପଟେ ଏନଏଚଏସଆର୍ଏଲ୍ସିର ଅଧିକାରୀ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସୂଚନା ଥାଉକି, ଏହି ଷ୍ଟେସନ ୫୦୮ କିଲୋମିଟର ଲମ୍ବା ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପରିଯୋଜାନା ଅଂଶ। ଏହି ପରିଯୋଜନା ଗୁଜୁରାଟରୁ ମହାରାଷ୍ଟ ପର୍ଯ୍ୟନ୍ତ ରହିଛି। ଏଥିରେ ମୁମ୍ବାଇ, ଥାନେ, ବିରାଟ, ବୋଇସର, ବିଲିମୋରା, ସୁରଟ, ଭରୁଚ, ବଦୋଦରା ଓ ଆନନ୍ଦ ଆଦି ୧୨ଟି ଷ୍ଟେସନ ଅନ୍ତର୍ଭୁକ୍ତ।
Comments are closed.