Latest Odisha News

BREAKING NEWS

ଖୁବ୍ ଶୀଘ୍ର ରିଲିଜ୍ ହେବ ‘ଆଶ୍ରମ ୩’ ର ଭାଗ ୨, ଆସିଲା ଟିଜର୍

ମୁମ୍ବାଇ: ବଲିଉଡ୍ ଅଭିନେତା ବବି ଦେଓଲଙ୍କ ଅଭିନୀତ ସିରିଜ୍ ‘ଆଶ୍ରମ’ ଦର୍ଶକ ମନ କିଣିଥିବା ବେଳେ ଏବେ ପ୍ରଶଂସକ ଉତ୍ସାହର ସହ ‘ଆଶ୍ରମ ୩’ର ଭାଗ ୨କୁ ଅପେକ୍ଷା କରିଛନ୍ତି । ତେବେ କହିରଖୁଛୁ ଯେ, ଚଳିତ ବର୍ଷ ହିଁ ଦର୍ଶକଙ୍କ ସମସ୍ତ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । କାରଣ ଖୁବ୍ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ‘ଆଶ୍ରମ ୩ ଭାଗ ୨’ । ତେବେ ଏହା ପୂର୍ବରୁ ସିରିଜର ସାମାନ୍ୟ ଝଲକ ଦେଖାଇବାକୁ ଯାଇ ନିର୍ମାତାମାନେ ‘ଆଶ୍ରମ ୩’ ଭାଗ ୨ ର ଟିଜର ରିଲିଜ୍ କରିଛନ୍ତି। ଟିଜରଟି ଏହା ସ୍ପଷ୍ଟ ଜଣା ପଡୁଛି ଯେ, ପମ୍ମି ବାବା ନିରାଲାଙ୍କଠାରୁ ପ୍ରତ୍ୟେକ ଅତ୍ୟାଚାରର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଅଛି।

ଟିଜରର ଆରମ୍ଭ ବାବା ନିରାଲାଙ୍କ ଭକ୍ତମାନଙ୍କ ଭିଡ଼ରୁ ହୋଇଛି । ଏହା ପରେ ପମ୍ମିଙ୍କୁ ବହୁ ବେଶରେ ଦେଖିବାକୁ ମିଳିଛି । ଏବଂ ପମ୍ମିଙ୍କୁ ବୋହୁ ବେଶରେ ସଜଉଛନ୍ତି ତାଙ୍କ ଭାଉଜ ବବିତା । ଅନ୍ୟପକ୍ଷରେ, ପମ୍ମି ଏବଂ ଭୋପାଙ୍କ ମଧ୍ୟରେ ଏକ ଅଲଗା କେମେଷ୍ଟ୍ରୀ ଦେଖିବାକୁ ମିଳୁଛି । ଯାହା ପମ୍ମିର ଏକ ଯୋଜନା ପରି ମନେ ହେଉଛି। ଅତ୍ୟାଚାର ଏବଂ ପ୍ରତିଶୋଧର କାହାଣୀକୁ ଦର୍ଶାଉଥିବା ଏହି ଟିଜର ଦର୍ଶକଙ୍କ ମନରେ ବେଶ୍ ଉତ୍ସାହ ଭରି ଦେଇଛି।

‘ଆଶ୍ରମ ୩ ପାର୍ଟ ୨’ର ଟିଜର ସେୟାର କରିବା ସହ ବବି ଦେଓଲ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି – ଭକ୍ତଙ୍କ ଅପେକ୍ଷା ଶୀଘ୍ର ଶେଷ ହେବ। #ଏକବଦନାମଆଶ୍ରମ ସିଜିନ୍ ୩ ଭାଗ ୨ ଖୁବ୍ ଶୀଘ୍ର Amazon MX Player ରେ ଆସୁଛି। ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ନିର୍ମାତାମାନେ ସିରିଜର ରିଲିଜ୍ ତାରିଖ ପ୍ରକାଶ କରିନାହାଁନ୍ତି। ‘ଆଶ୍ରମ ୩ ଭାଗ ୨’ର ନିର୍ଦ୍ଦେଶନା ପ୍ରକାଶ ଝା ଦେଇଛନ୍ତି। ଏପର୍ଯ୍ୟନ୍ତ ଏହି ସିରିଜର ତିନୋଟି ଭାଗ ମୁକ୍ତିଲାଭ କରିଛି ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଏବେ ପୁଣି ଥରେ ଏହି କ୍ରାଇମ-ଥ୍ରିଲର୍ ସିରିଜ୍ ଏହାର ପରବର୍ତ୍ତୀ ଭାଗ ସହିତ ଫେରି ଆସୁଛି। ‘ଆଶ୍ରମ ୩ ପାର୍ଟ ୨’ରେ ବବି ଦେଓଲଙ୍କ ସହିତ, ଅଦିତି ପୋହନକର, ଚନ୍ଦନ ରୟ ସାନ୍ୟାଲ, ତ୍ରିଧା ଚୌଧୁରୀ, ଦର୍ଶନ କୁମାର, ବିକ୍ରମ କୋଚର, ଅନୁପ୍ରିୟା ଗୋଏଙ୍କା, ରାଜୀବ ସିଦ୍ଧାର୍ଥ ଏବଂ ଇଶା ଗୁପ୍ତା ଅଭିନୟ କରିଛନ୍ତି ।

Comments are closed.