ଭୁବନେଶ୍ୱର: ରାଜ୍ୟରେ ଏବେ ଅନେକ ସ୍ଥାନରେ ଗରମ ଅନୁଭୂତ ହେବାରେ ଲାଗିଛି । ଫେବୃଆରୀ ମାସରେ ବି ଗ୍ରୀଷ୍ମର ଅନୁଭୂତ ହେଉଛି । ଯାହା ଫଳରେ ଏବେ ଠାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ, ପାଣି ପାଗ ବିଭାଗ ପକ୍ଷରୁ ଆଶ୍ବସ୍ତି କଲା ଭଳି ଏକ ଖବର ସାମ୍ନାକୁ ଆସିଛି ।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଧୀରେ ଧୀରେ ଖସିବ ପାରଦ । ରାଜ୍ୟରେ ୩ ରୁ ୪ ଦିନ ଭିତରେ ଧୀରେ ଧୀରେ ତାତି କମି ସ୍ଵାଭାବିକ ହେବ ତାପମାତ୍ରା । ଆଗାମୀ ୨୪ ଘଣ୍ଟା ଭିତରେ କୌଣସି ସ୍ଥାନରେ ଘନ କୁହୁଡି ରେକର୍ଡ କରାଯାଇ ନଥିବାବେଳେ, ଆଗାମୀ ୨ ଦିନ ଭିତରେ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକା କୁହୁଡି ଦେଖିବାକୁ ମିଳିବ ।
ତେବେ ଗତ ୨୪ ଘଣ୍ଟାରେ ୩ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଝାରସୁଗୁଡ଼ାରେ ସର୍ବାଧିକ ୩୬.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ, ଅନୁଗୁଳ ଏବଂ ବଲାଙ୍ଗୀରରେ ୩୫.୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।
ସେହିପରି, ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସ୍ଵାଭାବିକଠାରୁ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି ତାପମାତ୍ରା ।
Comments are closed.