Latest Odisha News

BREAKING NEWS

ଅଲୋଡା ଶିଶୁ କନ୍ୟା; ବିଲରୁ ହେଲା ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କଦାପଧା ଗ୍ରାମ ନିକଟ ବିଲରୁ ମଙ୍ଗଳବାର ଦିନ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଆଜି ସକାଳେ ବିଲ ମଧ୍ୟରେ ଉକ୍ତ ଶିଶୁଟି କାନ୍ଦୁଥିବାର ସ୍ଥାନୀୟ ବାସିନ୍ଦାମାନେ ଶୁଣିବାକୁ ପାଇଥିଲେ । ପରେ ଏନେଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ନେଇ ଜଣାପଡିଛି ।

ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ତଦନ୍ତ ଜାରି ରଖିଛି ।

ତେବେ ଉକ୍ତ ଶିଶୁଟିକୁ କିଏ ଓ କାହିଁକି ଏଠାରେ ଛାଡି ଚାଲିଯାଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୋଲିସ ଖୋଳତାଡ ଆରମ୍ଭ କରିଛି ।

Leave A Reply

Your email address will not be published.