Latest Odisha News

BREAKING NEWS

ଇସ୍ରୋ ଯିବେ ଓଡିଆ ପୁଅ; ଜାଣନ୍ତୁ କାହିଁକି

ମାଲକାନଗିରି: ନିଜର ଦୃଢ଼ ଇଚ୍ଛା ଶକ୍ତି ତଥା କଠିନ ପରିଶ୍ରମ ବଳରେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । ଏହି ଉକ୍ତିକୁ ଯର୍ଥାର୍ଥତା ପ୍ରଦାନ କରିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ମେଧାବୀ ଛାତ୍ର।

ମାଲକାନଗିରି ଜିଲ୍ଲା ବାଲିମେଳାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୦ମ ଶ୍ରେଣୀ ଛାତ୍ର ହେଉଛନ୍ତି ଅଭିନାଶ ବେହେରା । ଯିଏକି ୟଙ୍ଗ ଆଷ୍ଟ୍ରୋନୋମର ଟେଲେଣ୍ଟ ସର୍ଚ୍ଚ (ୱାଇଏଟିଏସ) ୨୦୧୯-୨୦ରେ ୨୦ ଜଣ ବିଜେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଯାହାଫଳରେ ସେ ଆଗାମୀ ଦିନରେ ଇସ୍ରୋ ଗସ୍ତ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ୟଙ୍ଗ ଆଷ୍ଟ୍ରୋନୋମର ଟେଲେଣ୍ଟ ସର୍ଚ୍ଚ (ୱାଇଏଟିଏସ) ୨୦୧୯-୨୦ ବର୍ଷ ଲାଗି ସାରା ରାଜ୍ୟରୁ ପ୍ରାୟ ୩୦୦ ସ୍କୁଲ ମଧ୍ୟରୁ ମୋଟ୍ ୬୨,୦୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ନିକଟ ଅତୀତରେ ପଠାଣୀ ସାମନ୍ତ ପ୍ଲାନେଟୋରୀୟମରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତାର ଶୀର୍ଷକ ରହିଥିଲା ‘ଅନରେଭଲିଂ ସୀନ ୱାଣ୍ଡର୍ସ ଅଫ୍ ଦ ୟୁନିଭର୍ସ’ ।

“ମୋତେ ପିଲାବେଳୁ ମହାକାଶ ବିଜ୍ଞାନ ଉପରେ ଜାଣିବା ଲାଗି ବହୁତ ଇଚ୍ଛା ଥିଲା । ଆଉ ସବୁବେଳେ ତତସମ୍ପର୍କୀୟ ଜ୍ଞାନ ଆହରଣ କରିବା ଲାଗି ଚେଷ୍ଟା କରିଥାଏ ଏବଂ ଇସ୍ରୋ ଗସ୍ତ ପୂର୍ବରୁ ମୁଁ ମହାକାଶ ବିଜ୍ଞାନ ସମ୍ପର୍କରେ ଅଧିକ ଗବେଷଣା ଆରମ୍ଭ କରିଦେଇଛି” ବୋଲି କହିଛନ୍ତି ଅଭିନାଶ ।

ଏପରିକି “ମୋ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଏଥିଲାଗି ମୋତେ ବହୁତ ସହଯୋଗ କରିଥିଲେ । ମୁଁ ଆଶା କରୁଛି ଯେ ଏଭଳି ପ୍ରତିଯୋଗୀତାରେ ଆମ ବିଦ୍ୟାଳୟର ଅନ୍ୟ ଛାତ୍ରମାନେ ମଧ୍ୟ ଅଂଶଗ୍ରହଣ କରନ୍ତୁ ଏବଂ ଆଗାମୀ ଦିନରେ ସଫଳ ହୁଅନ୍ତୁ । ଏକ୍ଷେତ୍ରରେ ମୁଁ ସେମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରିବି” ।

ଅଭିନାଶଙ୍କ ଏଭଳି ସଫଳତା ତାଙ୍କୁ ଆଗାମୀ ଦିନରେ ଏକ ବୈଜ୍ଞାନିକ ଭାବେ ଗଢି ତୋଳିବ ବୋଲି ତାଙ୍କର ମାତା-ପିତା ଓ ଶିକ୍ଷକମାନେ ଆଶାବ୍ୟକ୍ତ କରିଛନ୍ତି ।

ଆହୁରି ମଧ୍ୟ “ଅଭିନାଶଙ୍କ ସଫଳତା ଦେଖି ସେ ଆଗାମୀ ଦିନରେ ଜଣେ ଭଲ ବୈଜ୍ଞାନିକ ହେବ” ବୋଲି କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ।

ଅପରପକ୍ଷରେ ଟାଟା ଷ୍ଟିଲ୍, ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରାଦ୍ୟୋଗିକ ବିଭାଗର ତତ୍ୱାବଧାନରେ ଟାଟାଷ୍ଟିଲ୍ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗୀତା ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଭିନବ ପ୍ରୟାସ । ଯାହାଫଳରେ ସେମାନେ ମଧ୍ୟ ନିଜ ଭିତରେ ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ କରିପାରିବେ।

Leave A Reply

Your email address will not be published.