Latest Odisha News

ପାକିସ୍ତାନ ନ୍ୟୁକ୍ଲିୟର ପ୍ରୋଗ୍ରାମର ଜନକ ଅବଦୁଲ୍‌ ଖାନଙ୍କ ପରଲୋକ

କରାଚି: ପାକିସ୍ତାନୀ ଆଣବିକ ବୈଜ୍ଞାନିକ ତଥା ପାକିସ୍ତାନ ନ୍ୟୁକ୍ଲିୟର ପ୍ରୋଗ୍ରାମର ଜନକ ଅବଦୁଲ କାଦର ଖାନଙ୍କ ରବିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଅଗଷ୍ଟ ୨୬ ରେ ଖାନ ରିସର୍ଚ୍ଚ ଲାବୋରେଟୋରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ରାୱଲପିଣ୍ଡିର ଏକ ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ପାକିସ୍ତାନର ରାଷ୍ଟ୍ରାୟତ୍ତ ଆସୋସିଏଟେଡ୍ ପ୍ରେସ ପକ୍ଷରୁ ସୂଚନା ମିଳିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ୱିଟରରେ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ରରେ ପରିଣତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶବାସୀଙ୍କ ପାଇଁ ସେ ଜଣେ ଜାତୀୟ ଆଇକନ୍ ଥିଲେ।

Comments are closed.