Latest Odisha News

BREAKING NEWS

କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

କନ୍ଧମାଳ: କନ୍ଧମାଳ ପୋଲିସ୍ ଦ୍ୱାରା ମାଓ ଦମନ ଅଭିଯାନ ଜୋରଦାର ଚାଲିଛି। ଯାହାର ପ୍ରଭାବରେ କନ୍ଧମାଳ ଏସପି ନିକଟରେ ପୁଣି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ମାଓବାଦୀ ଜଣକ ହେଲା ଛତିଶଗଡ଼ ରାଜ୍ୟର ସୁକମା ଜିଲ୍ଲାର ରାହୁଲ ମୁସାକୀ।

ସେ ଦୀର୍ଘ ୨୦୧୫ରୁ ମାଓ ସଙ୍ଗଠନରେ ଯୋଗ ଦେଇ ସକ୍ରିୟଭାବେ କାର୍ଯ୍ୟ କରୁଥିଲେ। ବିଭିନ୍ନ ମାଓ ହିଂସାରେ ସେ ଜଡ଼ିତ ଥିଲେ। ତେବେ ମାଓ ସଙ୍ଗଠନରେ ଦିନକୁ ଦିନ ନିର୍ଯାତନା ଅଧିକ ହେବାରୁ ସେ ଦଳ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ। ଗୋଟିଏ ପଟେ ପୋଲିସର ଜୋରଦାର କମ୍ବିଂ ଅନ୍ୟପଟେ ମାଓବାଦୀଙ୍କ କାର୍ଯ୍ୟଶୈଳୀରେ ଅତିଷ୍ଠ ହୋଇ ଆତ୍ମ ସମର୍ପଣ କରିଥିବା ରାହୁଲ ମୁସାକୀ କହିଛି।

Leave A Reply

Your email address will not be published.