Latest Odisha News

BREAKING NEWS

ଅକ୍ଷୟ କୁମାରଙ୍କୁ ଗରୀବଙ୍କ ମିଥୁନ କହିଲେ ଗାୟକ ଅଭିଜିତ

ମୁମ୍ବାଇ: ଗାୟକ ଅଭିଜିତ ଭଟ୍ଟଚାର୍ଯ୍ୟ ଶନିବାର ଅଶୋଭନୀୟ ବୟାନ ଦେଇଛନ୍ତି । ସୋସିଆଲ ମିଡିଆର ଏକ ଲାଇଭ ସେଶନରେ ସେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ଗରୀବଙ୍କ ମିଥୁନ ଚକ୍ରବର୍ତି କହିଛନ୍ତି । ଏପରିକି ସେ ଗାଇଥିବା ଗୀତ ଯୋଗୁ ଅକ୍ଷୟ ଷ୍ଟାରଡମ ପାଇଛନ୍ତି ବୋଲି କହିଛନ୍ତି । ୧୯୯୨ରେ ଅକ୍ଷୟଙ୍କୁ କେହି ଜାଣି ନ ଥିଲେ । ଖିଲାଡି ଫିଲ୍ମରେ ମୁଁ ଗାଇଥିବା ୱାଦା ରହା ସନମ ତାଙ୍କୁ ସମସ୍ତଙ୍କ ଆଗରେ ପରିଚିତ କରାଇଥିଲା ।

ଶାହାରୁଖ ଖାଁ ଏବଂ ସୁନୀଲ ସେଟ୍ଟୀଙ୍କ କ୍ୟାରିୟରରେ ମଧ୍ୟ ମୋ ଭୂମିକା ରହିଥିଲା । ସେ ସମୟରେ ସେମାନଙ୍କ ପାଇଁ ଗାଇଥିବା ଗୀତ ତାଙ୍କୁ ଲୋକପ୍ରିୟତାର ଶିଖରରେ ପଂହଚାଇଥିଲା । ଅଭିଜିତ ନିଜ ବଡିମା ପାଇଁ ଏହା କହିଥିଲେ, ଏଥିନେଇ ସୋସିଆଲ ସାଇଟରେ ତାଙ୍କୁ କଡା ସମାଲୋଚନା କରାଯାଉଛି ।

Leave A Reply

Your email address will not be published.