Latest Odisha News

BREAKING NEWS

ଭାରତର ସବୁଠାରୁ ସଫଳ ଅଧିନାୟକ ହେଲେ କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ

ସାଉଥାମ୍ପଟନ: ନ୍ୟୁଜିଲାଣ୍ଡ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ନେତୃତ୍ୱ ନେବା ମାତ୍ରେ ବିରାଟ କୋହଲି ନୂତନ ରେକର୍ଡର ଅଧିକାରୀ ହୋଇଛନ୍ତି । ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ଧୋନୀ ୬୦ ଟେଷ୍ଟରେ ଭାରତର ଅଧିନାୟକ ହୋଇଥିବା ବେଳେ କୋହଲିଙ୍କ ଏହା ୬୧ତମ ମ୍ୟାଚ । ସେହିପରି କ୍ୟାପଟେନ କୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୭ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୧୮ରେ ପରାଜିତ ଏବଂ ୧୫ ମ୍ୟାଚ ଡ୍ର ରଖିଛି । କୋହଲି ୬୧ ମ୍ୟାଚରେ ୩୬ ବିଜୟ, ୧୪ ପରାଜୟ ଓ ୧୦ ଡ୍ର ସହ ଭାରତର ସଫଳ ଅଧିନାୟକ ବିବେଚିତ ହୋଇଛନ୍ତି ।

ଅଧିନାୟକ ଭାବେ ଅଧିକ ରନ କରିଥିବା ଖେଳାଳିଙ୍କ ମଧ୍ୟରେ କୋହଲି(୫୩୯୨ରନ) ଚତୁର୍ଥ ସ୍ଥାନରେ ରହିଛନ୍ତି । ଗ୍ରେମ ସ୍ମିଥ( ୧୦୯ ମ୍ୟାଚ, ୮୬୫୯ ରନ) ପ୍ରଥମ ସ୍ଥାନରେ ଏବେ ବି ରହିଛନ୍ତି । ତେବେ କୋହଲି ଟସ ଜିତିବା ମାମଲାରେ ପଛରେ ପଡି ଯାଇଛନ୍ତି । ୩ ର୍ଫମାଟରେ ସେ ୨୦୧ ମ୍ୟାଚରୁ ୧୧୬ ଥର ଟସ ହାରିଛନ୍ତି । ଯାହା କି ଏକ ଅଲୋଡା ରେକର୍ଡ ।

Leave A Reply

Your email address will not be published.