ମୁମ୍ବାଇ: ବଲିଉଡର ଅନ୍ୟତମ ଲୋକପ୍ରିୟ ଗାୟକଙ୍କ ମଧ୍ୟରେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ। ସେ ନିଜ ବିବାଦୀୟ ବୟାନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
ନିକଟରେ ଗାୟକ ପୁଣିଥରେ ନିଜ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସୁଭଙ୍କର ମିଶ୍ରଙ୍କ ପୋଡକାଷ୍ଟରେ ନଜର ଆସିଥିଲେ ଅଭିଜିତ୍।ଯେଉଁଠାରେ ସେ ତାଙ୍କର ବୃତ୍ତିଗତ ଜୀବନ ବିଷୟରେ ଅନେକ କଥା ସେୟାର କରିଥିଲେ।
ଏହି ସମୟରେ ସେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ମଧ୍ଯ ଦେଇଛନ୍ତି। ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଭାରତର ନୁହେଁ, ବରଂ ପାକିସ୍ତାନର ପିତା ଥିଲେ।
ସେ ଆହୁରି ମଧ୍ଯ କହିଛନ୍ତି ଯେ ଆରଡି ବର୍ମନ୍ ନେସନ୍ ମ୍ୟୁଜିକର ପିତା ଥିଲେ। ଆରଡି ବର୍ମନ ମହାତ୍ମା ଗାନ୍ଧୀଙ୍କଠାରୁ ବଡ଼ ଥିଲେ। କେବଳ ଏତିକି ନୁହେଁ ଅଭିଜିତ୍, ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନର ଜାତିର ପିତା। ମହାତ୍ମା ଗାନ୍ଧୀ ଭାରତ ପାଇଁ ନୁହେଁ ବରଂ ପାକିସ୍ତାନ ପାଇଁ ଜାତିର ପିତା ଥିଲେ। ଭାରତ ପୂର୍ବରୁ ଭାରତ ଥିଲା, ପାକିସ୍ତାନ ସୃଷ୍ଟି ହୋଇଥିଲା। ଭୁଲରେ ହିଁ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ଘୋଷିତ କରାଯାଇଥିଲା। ସେ ପାକିସ୍ତାନ ପାଇଁ ଜନ୍ମ ଦାତା ଥିଲେ, ସେ ପିତା ଥିଲେ, ସେ ଜେଜେବାପା ଥିଲେ, ସେ ଅଜା ମଧ୍ଯ ଥିଲେ … ସବୁକିଛି ସେ ହିଁ ଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।