Latest Odisha News

ଅଭିଜିତ କହିଲେ ବଲିଉଡରେ ଗାୟକଙ୍କ ଉପରେ ଅନାବଶ୍ୟକ ଚାପ ପକାଯାଇଥାଏ

ମୁମ୍ବାଇ: ଲୋକପ୍ରିୟ ଗାୟକ ଅରିଜିତ ସିଂ ପ୍ଲେ ବ୍ୟକ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିବା ପରେ ବଲିଉଡକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଦେଶର ପ୍ରଥମ ଇଣ୍ଡିଆନ ଆଇଡଲ ଅଭିିଜିତ ସାୱନ୍ତ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଇଣ୍ଡଷ୍ଟ୍ରିରେ ଗାୟକଙ୍କ ଉପରେ ବିଭିନ୍ନ ପ୍ରକାରର ଚାପ ପକାଯାଇଥାଏ । ଏପରିକି ମାଗଣା ମଧ୍ୟ ଗାଇବାକୁ ପଡିଥାଏ । ସମସ୍ତେ ମୋଟା ଅଙ୍କର ଅର୍ଥ ଆୟ କରୁଥିବା ବେଳେ ଗାୟକମାନେ ପରିବାର ଚଳାଇବା ପାଇଁ ସଂଘର୍ଷ କରିଥାନ୍ତି । ଗାୟକମାନଙ୍କୁ ରୟାଲ୍ଟି ମଧ୍ୟ ମିଳୁ ନାହିଁ । ସେ ବିଦ୍ଦୁଙ୍କ ଉଦାହରଣ ଦେଇ କହିଥିଲେ, ସେ ଅଳ୍ପ ଗୀତ ଗାଇଥିଲେ ମଧ୍ୟ ଏହାର ରୟାଲ୍ଟିରୁ ସେ ଆରାମରେ ଚଳିପାରିବେ ।

ଗାୟକମାନେ ମଧ୍ୟ ଆଗକୁ ଚିନ୍ତା ନ କରି ଯାହା ସୁଯୋଗ ମିଳୁଛି ତାର ଫାଇଦା ଉଠାଇବାକୁ ଚାହିଁଥାନ୍ତି । ବଡ ହୀରୋ ପାଇଁ ମାଗଣା ଗାଇବାକୁ କୁହାଗଲେ ସେ ରାଜି ହୋଇ ଯାଆନ୍ତି । କିଛି ଦିନ ତଳେ ଅମନ ମଲିକ ମଧ୍ୟ ଇଣ୍ଡଷ୍ଟ୍ରିର ବଦଳୁଥିବା ଟ୍ରେଣ୍ଡକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସର୍ବଦା ଗାୟକମାନେ ପ୍ରଶଂସକମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ କିନ୍ତୁ ଅଧିକାଂଶ ଷ୍ଟାରଙ୍କ ଅନାବଶ୍ୟକ ହସ୍ତକ୍ଷେପ ଗାୟକଙ୍କୁ ଏଥିପ୍ରତି ବିମୂଖ କରୁଛି ।

Leave A Reply

Your email address will not be published.