Latest Odisha News

BREAKING NEWS

ପୁଣି ଆଇସିୟୁ​‌ରେ ଭର୍ତ୍ତି ହେଲେ ଅଭିଜିତ, ଶରୀରର ସ୍ନାୟବିକ ସ୍ଥିତିରେ କୌଣସି ସୁଧାର ଆସିନି…

ଭୁବନେଶ୍ୱର: ପୁଣିଥରେ ଆଇସିୟୁରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ଭୁବନେଶ୍ୱର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେ ଏବେ ବି କୋମାରେ ରହିଛନ୍ତି । ଶରୀରର ସ୍ନାୟବିକ ସ୍ଥିତିରେ ସୁଧାର ଆସି ନ ଥିବା ଡାକ୍ତର କହିଛନ୍ତି ।

ତାଙ୍କର ସ୍ନାୟୁ ଜନୀତ ସମସ୍ୟାରେ କୌଣସି ସୁଧାର ହୋଇନାହିଁ, ସେ ନିରନ୍ତର ଅଚେତ ଅବସ୍ଥାରେ ଅଛନ୍ତି ବୋଲି ଭୂବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଜଣାଇଛନ୍ତି । ଗତ ୨୪ ଘଣ୍ଟାରେ ତାଙ୍କର ସ୍ଥିତି ଅଧିକ ଖରାପ ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱର ଏମ୍ସ । ତେଣୁ ଭେଣ୍ଟିଲେଟର ସହାୟତାରେ ତାଙ୍କୁ ରଖାଯାଇଛି ।

୫୪ ବର୍ଷୀୟ ଅଭିଜିତ ଏକାଧିକ ସ୍ଵାସ୍ଥ୍ୟ ସମସ୍ୟାରେ ପୀଡ଼ିତ ରହିଛନ୍ତି । ଗତ ସେପ୍ଟେମ୍ବର ୪ରେ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଯାଞ୍ଚରେ ମିଳିଛି ଯେ, ସେ ଅସମୋଟିକ୍ ଡେମିଲେସନ ସିଣ୍ଡ୍ରୋମ ନାମକ ଏକ ସ୍ନାୟୁ ଜନୀତ ରୋଗରେ ପୀଡ଼ିତ ଅଛନ୍ତି । ନିମୋନିଆ ସହିତ ତାଙ୍କର ଫୁସଫୁସରେ ସଂକ୍ରମଣ ହୋଇଛି । ରକ୍ତରେ ଜୀବାଣୁ ସଂକ୍ରମଣ ଓ ପୁରୁଣା ଯକୃତ୍ ରୋଗ ସମସ୍ୟା ଏବଂ ଭିଟାମାଟି ‘ଡି’ ଓ ଫଲିକ ଏସିଡ ଭଳି ପୋଷକ ତତ୍ତ୍ବର ଅଭାବ ରହିଛି ।

Comments are closed.