Latest Odisha News

BREAKING NEWS

ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମଜୁମଦାର, ମୃତ୍ୟୁକୁ ନେଇ ଗୁଜବ ନକରିବାକୁ ନିବେଦନ କଲେ ପରିବାର…

ଭୁବନେଶ୍ବର: ଧିରେ ଧିରେ ସୁଧୁରୁଛି ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ । ଆଜି ତାଙ୍କୁ ଭେଣ୍ଟିଲେଟର ସପୋର୍ଟରୁ ବାହାର କରାଯାଇ ମେଡ଼ିସିନ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି ଏବଂ ତାଙ୍କର ଭାଇଟାଲସ୍ଥିର ରହିଛି । ଏନେଇ ଭୁବନେଶ୍ୱର ଏମ୍ସ ସ୍ୱାସ୍ଥ୍ୟ ବୁଲେଟିନରେ ସୂଚନା ଦିଆଯାଇଛି ।

ଏମ୍ସ ଭୁବନେଶ୍ୱର ପକ୍ଷରୁ ମିଳୁଥିବା ସୂଚନା ଅନୁସାରେ, ମଜୁମଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଅଛି । ସେ ଭେଣ୍ଟିଲେଟର ସପୋର୍ଟ ବାହାରେ ଅଛନ୍ତି । ତାଙ୍କ ସ୍ନାୟୁଗତ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଛି । ଡାକିଲେ ସେ ଆଖି ଖୋଲୁଛନ୍ତି । ଜିଭ ଦେଖାଇବା ଭଳି କାର୍ଯ୍ୟକଳାପ କରୁଛନ୍ତି ।

ସୂଚନାଯୋଗ୍ୟ, ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଅଗଷ୍ଟ ୩୧ତାରିଖରେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ପରେ ସୁସ୍ଥ ହୋଇଥିଲେ । ହେଲେ ସେପ୍ଟେମ୍ବର ୪ ତାରିଖରେ ଅଭିଜିତଙ୍କୁ କୋମା ଅବସ୍ଥାରେ ଭେଣ୍ଟିଲେଟର ସପୋର୍ଟରେ ଏମ୍ସ ଜରୁରୀକାଳୀନ ସ୍ଥିତିରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ୍ ICUକୁ ସ୍ଥାନାନ୍ତର କରାଯାଇଥିଲା ।

ଗତ ଅକ୍ଟୋବର ୨୩ରେ ତାଙ୍କର ବ୍ରେନ ଏମଆରଆଇ କରାଯାଇଥିବାବେଳେ ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା। ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଅନ୍ୟପଟେ ଅଭିଜିତଙ୍କ ମୃତ୍ୟୁକୁ ନେଇ ଗୁଜବ ନ କରିବାକୁ ନିବେଦନ କରିଛନ୍ତି ପରିବାର ଲୋକେ । ଅଭିଜିତ ମଜୁମଦାର ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ହେଲେ ଗତ କିଛିଦିନ ହେବ ତାଙ୍କୁ ବ୍ରେନ ଡେଡ ଘୋଷଣା କରାଯାଇଥିବା ଗୁଜବ ହେଉଛି । ଯାହାକୁ ଖଣ୍ଡନ କରିଛନ୍ତି ଏମ୍ସ ।

 

Comments are closed.