Latest Odisha News

‘ବାୟୁସେନା ଦିବସ’ରେ ମିଗ୍ ୨୧ ଉଡାଇଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ଏୟାରଫୋର୍ସର ୱିଙ୍ଗ୍ କମାଣ୍ଡର ତଥା ବାଲାକୋଟ୍ ହିରୋ ଅଭିନନ୍ଦନ ବର୍ଥମାନଙ୍କୁ ୮୭ତମ ବାୟୁସେନା ପ୍ରତିଷ୍ଠା ଦିବସରେ ସମ୍ମାନିତ କରାଯାଇଛି ।

ଏହି ଅବସରରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ମିଗ୍ ୨୧ ବିମାନ ଉଡାଇବା ସହ ଚିତ୍ତାକର୍ଷକ ଏୟାର ସୋ’ର ପ୍ରଦର୍ଶନରେ ସାମିଲ ହୋଇଥିଲେ ।

ଗଣମାଧ୍ୟମରେ ପ୍ରକାଶିତ ରିର୍ପୋଟ ଅନୁଯାୟୀ ଏହି ପ୍ରତିଷ୍ଠା ଦିବସ ଅବସରରେ ବାୟୁସେନାର ୯ନଂ ସ୍କ୍ୱାର୍ଡନକୁ ମଧ୍ୟ ସମ୍ମାନିତ କରାଯାଇଛି । ଏହି ବୀରତ୍ୱ ଲାଗି ବାୟୁସେନାର ଆଉ ୨ଟି ସ୍କ୍ୱାର୍ଡନ ୟୁନିଟକୁ ମଧ୍ୟ ସିଆସିନ୍(ବୀରତା ପାଇଁ ଲିଖିତ ପ୍ରମାଣ ପତ୍ର) ଦ୍ୱାରା ପୁରସ୍କୃତ କରାଯାଇଛି।

ଏହି ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର ଯବାନଙ୍କ ସହ ଅଭିନନ୍ଦନ ମଧ୍ୟ ଲଢୁଆ ବିମାନରେ ଚିତ୍ତାକର୍ଷକ ଏୟାର ସୋ’ର ପ୍ରଦର୍ଶନ ଦେଖାଇଛନ୍ତି । ଏହି ପ୍ରଦର୍ଶନୀରେ ଚିନୁକ ହେଲିକାପ୍ଟର, ଆପାଚି ଲଢୁଆ ବିମାନ ଜାଗୁଆର, ମିଗ-୨୧ ବିସନ, ମିଗ୍-୨୯ ମିରାଜ-୨୦୦୦ ଏବଂ ସୁଖୋଇ ଓ ତେଜସ୍ ଭଳି ଲଢୁଆ ବିମାନର ମଧ୍ୟ ପ୍ରଦର୍ଶନ କରାଯାଇଛି ।

ସୂଚନାଯୋଗ୍ୟ, ପାକିସ୍ତାନର ବାଲାକୋଟରେ ଏୟାର୍ ଷ୍ଟ୍ରାଇକ୍ ପରେ ପିଓକେରେ ଏଫ୍-୧୬ ବିମାନକୁ ମାରି ଗଡାଇଥିଲେ ଏହି ବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନ ।

Comments are closed.