ମୁମ୍ବାଇ: ଶାହାରୁଖ ଖାଁଙ୍କ କିଙ୍ଗ ଫିଲ୍ମରେ ଅଭିଷେକ ବଚ୍ଚନ ଅଭିନୟ କରୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଅଭିଷେକଙ୍କ ଘୋଷଣା ପରେ ତାଙ୍କ ନୂଆ ଲୁକ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଶାହାରୁଖଙ୍କ ଏହି ଫିଲ୍ମରେ ବଲିଉଡର ଅନେକ ଷ୍ଟାର ଅଭିନୟ କରୁଛନ୍ତି । ତାଙ୍କ ଭୂମିକା ସମ୍ପର୍କରେ କିନ୍ତୁ ଅଭିଷେକ କିଛି କହି ନ ଥିଲେ । ସିଦ୍ଧାର୍ଥ ଆନନ୍ଦଙ୍କ କିଙ୍ଗ ଏକ ଆକ୍ସନ ଥ୍ରୀଲର । ଏଥିରେ ଶାହାରୁଖ ଓ ଦୀପିକା ପାଦୁକୋନ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଶାହାରୁଖଙ୍କ ଝିଅ ସୁହାନ ଖାଁଙ୍କ ସମେତ ଏହି ଫିଲ୍ମରେ ଅର୍ଶାଦ ୱାରସୀ, ଜୟଦୀପ ଅହଲୱାତ,ରାଘବ ଜୁୟାଲ ଓ ସୌରଭ ଶୁକ୍ଲା ଏଥିରେ ଅଭିନୟ କରୁଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଏଥିରେ ଅନୀଲ କାପୁର ଓ ରାଣୀ ମୂର୍ଖାଜୀ ମଧ୍ୟ ଅଛନ୍ତି । ପଠାନ ପରେ ଶାହାରୁଖଙ୍କ ସହ ସିଦ୍ଧାର୍ଥଙ୍କ ଏହା ଦ୍ୱିତୀୟ ଫିଲ୍ମ । ଡିସେମ୍ବର ୨୪ରେ ଏହା ରିଲିଜ ହେବ । ବଡ ପରଦାରେ ସୂହାନଙ୍କ ଏହା ପ୍ରଥମ ଫିଲ୍ମ ହୋଇଥିବାରୁ ଶାହାରୁଖ ବେଶ ଯତ୍ନବାନ ଅଛନ୍ତି । କିଙ୍ଗ ଫିଲ୍ମର ରିଲିଜ ସମ୍ପର୍କରେ ଶାହାରୁଖ ନିକଟରେ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଥିଲେ ।