Latest Odisha News

BREAKING NEWS

ମୁଁ ଏବେବି ବିବାହିତ: ଡିଭୋର୍ସ ଗୁଜବ ମଧ୍ଯରେ ମୁହଁ ଖୋଲିଲେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର୍ ହେଉଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଅଭିଷେକ।

ନିକଟରେ ବଲିଉଡ ୟୁକେ ମିଡିଆ ସହିତ ଏକ ସାକ୍ଷାତକାରରେ ସେ ଅଭିଷେକ ଏହାର ଉତ୍ତର ରଖିଛନ୍ତି। ସେ ତାଙ୍କ ବିବାହ ରିଙ୍ଗକୁ ଦେଖାଇବା ସହ ଏପର୍ଯ୍ୟନ୍ତ ବିବାହିତ। ସେମାନଙ୍କ ବିବାହରେ କୌଣସି ଅସୁବିଧା ନାହିଁ ବୋଲି ପ୍ରକାଶ କରିଛନ୍ତି।

ନିକଟରେ ଦୁହିଁଙ୍କ ଛାଡପତ୍ର ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଭାଇରାଲ ଭିଡିଓରେ ଅଭିଷେକ କହିଛନ୍ତି ଯେ ସେ ଓ ଐଶ୍ୱର୍ଯ୍ୟା ଛାଡପତ୍ର ନେଉଛନ୍ତି।

ଅଧିକ ପଢନ୍ତୁ- ମୁଁ ଓ ଐଶ୍ୱର୍ଯ୍ୟା ଛାଡପତ୍ର ନେଉଛୁ

ତେବେ ଭାଇରାଲ ଭିଡିଓ ଦେଖିବା ପରେ ସ୍ପଷ୍ଟ ଜଣାପଡୁଥିଲା ଯେ ଏହା ଫେକ୍ ଏବଂ AI ଉପକରଣ ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି। କାରଣ ଭିଡିଓ ଏବଂ ସ୍ୱର ମେଳ ଖାଉ ନଥିଲା।

Comments are closed.