Latest Odisha News

BREAKING NEWS

ଏଥର ଦିୱାଲୀ ପାଳିବେନି ବଚ୍ଚନ ପରିବାର

ନୂଆଦିଲ୍ଲୀ: ପ୍ରତ୍ୟେକ ଥର ବଚ୍ଚନ ପରିବାରର ଦିୱାଲୀ ପାର୍ଟିକୁ ନେଇ ଚର୍ଚ୍ଚା ଲାଗି ରହିଥାଏ। କିନ୍ତୁ ଚଳିତ ବର୍ଷ ବଚ୍ଚନ ପରିବାର ଦିୱାଲୀ ପାର୍ଟିର ଆୟୋଜନ କରିବେ ନାହିଁ। କରୋନା ଭୂତାଣୁ ଏବଂ କିଛି ପାରିବାରିକ ସମସ୍ୟା ହେତୁ ଦିୱାଲୀ ପାର୍ଟୀ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଖବରକୁ ଅଭିଷେକ ବଚ୍ଚନ ନିଶ୍ଚିତ କରିଛନ୍ତି।

ସୂଚନାଯୋଗ୍ୟ ଅଭିଷେକ ଭଉଣୀ ଶ୍ୱେତାଙ୍କ ଶାଶୁ ରିତୁ ନନ୍ଦା (ରାଜ କପୁରଙ୍କ ଝିଅ) ଙ୍କ ମୃତ୍ୟୁ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ – ଏହା ସତ। ଏହି ବର୍ଷ ମୋ ଭଉଣୀର ଶାଶୁଙ୍କର ଦେହାନ୍ତ ହୋଇଛି। ଏପରି ସମୟରେ କିଏ ପାର୍ଟି ଆୟୋଜନ କରେ? ଦେଶ ଏବେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ଆମେ ସମସ୍ତେ ସତର୍କ ହେବା ଆବଶ୍ୟକ। ଏକମାତ୍ର ବିକଳ୍ପ ହେଉଛି ସାମାଜିକ ଦୂରତା ଅନୁସରଣ କରିବା। ଦିୱାଲୀ ପାର୍ଟୀ ଏବଂ ଅନ୍ୟାନ୍ୟ ସାମାଜିକ ଉତ୍ସବ ବର୍ତ୍ତମାନ ଦୂର ସ୍ୱପ୍ନ।

Comments are closed.