Latest Odisha News

BREAKING NEWS

କିନ୍ନରଙ୍କ ସମର୍ଥନରେ ଅକ୍ଷୟ କୁମାରଙ୍କ ମର୍ମସ୍ପର୍ଶୀ ଭିଡିଓ !

ମୁମ୍ବାଇ: ଫିଲ୍ମର ଟାଇଟଲ୍ ଲକ୍ଷ୍ମୀ ବମ୍‌ରୁ ଲକ୍ଷ୍ମୀ ହୋଇଥିଲେ ବି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଟ୍ରେଲର୍‌ଠାରୁ ଆରମ୍ଭ କରି ଏହାର ଗୀତ ବି ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଛି । ଆସନ୍ତା ସୋମବାର ଅକ୍ଷୟଙ୍କ କମେଡି ଓ ହରର୍ ମୁଭି ଲକ୍ଷ୍ମୀ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ତେବେ ତା ପୂର୍ବରୁ ଅକ୍ଷୟ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଜରିଆରେ ସେ ଆମ ସୋସାଇଟିରେ ଥିବା ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ଦୃଷ୍ଟିକୋଣ ବଦଳାଇବାକୁ ଅନୁରୋଧ କରିଛନ୍ତି ।

ଭିଡିଓର ଟ୍ୟାଗ୍ ଲାଇନ୍ ରହିଛି ଅବ୍ ହମାରୀ ବାରି । ଏଥିରେ ଅକ୍ଷୟଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀ ଓ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ମଧ୍ୟ ନଜର ଆସିଛନ୍ତି । ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ସମର୍ଥନ ହେଉ କି ନିଆରା ଅନ୍ଦାଜରେ ଫିଲ୍ମ ପ୍ରମୋଶନ୍ । ସୋସିଆଲ୍ ମିଡିଆରେ ଏହି ଭିଡିଓଟି କିନ୍ତୁ ଖୁବ ଚର୍ଚ୍ଚା ସାଉଣ୍ଟିଛି ।

Leave A Reply

Your email address will not be published.