Latest Odisha News

BREAKING NEWS

କରୋନା କବଳରୁ ସୁସ୍ଥ ହୋଇ ଫେରିଲେ ଆଉ ୭୬୧୬ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତିରେ ଆସୁଛି ସୁଧାର । ଧିରେ ଧିରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ, ବଢ଼ି ଚାଲିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୭ ହଜାର ୬୧୬ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୯୬୬ ଜଣ ଥିବା ବେଳେ, ଖୋର୍ଦ୍ଧାରୁ ୭୪୭ ଓ ସୁନ୍ଦରଗଡ଼ରୁ ୭୨୧ ଜଣ ଅଛନ୍ତି । ସେହିପରି ବାଲେଶ୍ବରରୁ ୫୦୮ ଜଣ ଥିବା ବେଳେ, ଯାଜପୁରରୁ ୪୦୬, ବରଗଡ଼ରୁ ୪୦୦, କଟକରୁ ୩୯୭, ନବରଙ୍ଗପୁରରୁ ୩୨୭, ସମ୍ବଲପୁରରୁ ୩୧୭, ବୌଦ୍ଧରୁ ୨୫୦, କଳାହାଣ୍ଡିରୁ ୨୩୮, କୋରାପୁଟରୁ ୨୨୨, ଭଦ୍ରକରୁ ୨୦୪, ଜଗତସିଂହପୁରରୁ ୨୦୩, ରାୟଗଡ଼ାରୁ ୧୬୧, ସୋନପୁରରୁ ୧୬୦ ଓ ଗଞ୍ଜାମରୁ ୧୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଢେଙ୍କାନାଳରୁ ୧୪୨ ଜଣ ସୁସ୍ଥ ହୋଇଥିବା ବେଳେ, ନୟାଗଡ଼ରୁ ୧୩୬, ବଲାଙ୍ଗୀରରୁ ୧୨୭, ମାଲକାନଗିରିରୁ ୧୧୧, ପୁରୀରୁ ୧୧୦, କନ୍ଧମାଳରୁ ୯୯, କେନ୍ଦ୍ରାପଡ଼ାରୁ ୭୫, ଗଜପତିରୁ ୭୧, ନୂଆପଡ଼ାରୁ ୭୦, ଝାରସୁଗୁଡ଼ାରୁ ୬୩, ଦେବଗଡ଼ରୁ ୫୫, କେନ୍ଦୁଝରରୁ ୫୨, ମୟୂରଭଞ୍ଜରୁ ୨୧ ଓ ଷ୍ଟେଟ୍ ପୁଲରୁ ୧୦୨ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୭ ଲକ୍ଷ ୩୨ ହଜାର ୧୮ ଜଣ କୋଭିଡ ଆକ୍ରାନ୍ତ ।

Leave A Reply

Your email address will not be published.