ଅହମ୍ମଦାବାଦ: ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ହରାଇବା ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତି ନେଇଛି । ଟିମ ଇଣ୍ଡିଆ ଏଥିସହ କ୍ରମାଗତ ୮ଟି ଟି୨୦ ସିରିଜ ବିଜୟୀ ହୋଇଛି । ଅହମ୍ମଦାବାଦରେ ଖେଳା ଯାଇଥିବା ଅନ୍ତିମ ଟି୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩୨ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୨୦୧ ରନ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଯୁବରାଜଙ୍କ ନାମରେ ଏବେ ବି ଏହି ରେକର୍ଡ ରହିଛି ।
ସେ ୨୦୦୭ ବିଶ୍ୱକପରେ ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଅଭିଷେକ ଶର୍ମା ଗୋଟିଏ ବର୍ଷରେ ସର୍ବାଧିକ ରନ ସଂଗ୍ରହ କରିବାରେ ବିରାଟ କୋହଲିଙ୍କ ରେକର୍ଡ ଭଙ୍ଗ କରିପାରି ନାହାନ୍ତି । କୋହଲି ୧୬୧୪ ରନ କରିଥିବା ବେଳେ ଅଭିଷେକ ୧୬୦୨ ରନ କରିଛନ୍ତି । ସେହିପରି ସଞ୍ଜୁ ସାମସନ ଭାରତ ପକ୍ଷରୁ କମ ବଳରେ ୧୦୦୦ ରନ କରିବାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସମକକ୍ଷ ହୋଇଛନ୍ତି । ସେ ୬୭୯ ବଲରେ ଏହି ସଫଳତା ହାସଲ କରିଛନ୍ତି । ଅଭିଷେକ ୫୨୮ ବଲରେ ୧୦୦୦ ରନ ପୂର୍ଣ୍ଣ କରି ସେମାନଙ୍କଠାରୁ ଆଗରେ ରହିଛନ୍ତି ।