ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଟିମ୍ ଇଣ୍ଡିଆର ଉଦୀୟମାନ ତାରକା ଅଭିଷେକ ଶର୍ମାଙ୍କ ସହ ଅସଦାଚରଣ ହୋଇଥିବା ଜଣାପଡିଛି।
ଅଭିଷେକ ଶର୍ମା ଏନେଇ ସୋମବାର ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇଛନ୍ତି। କଡ଼ା ଭାବେ ନିନ୍ଦା କରିବା ସହ ସେ କହିଛନ୍ତି ଯେ ଦିଲ୍ଲୀ ବିମାନବନ୍ଦରରେ ଜଣେ କର୍ମଚାରୀଙ୍କ ଖରାପ ବ୍ୟବହାର ଯୋଗୁଁ ସେ ଫ୍ଲାଇଟ ଧରିପାରିନଥିଲେ। ଅଭିଷେକ ଗୋଟିଏ ଦିନର ଛୁଟିରେ ବୁଲିବାକୁ ଯାଉଥିଲେ। ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ସହିତ ଏହା ମୋର ସବୁଠାରୁ ଖରାପ ଅଭିଜ୍ଞତା ରହିଥିଲା। ଖାସ କରି କାଉଣ୍ଟର ପରିଚାଳିକାଙ୍କ ଆଚରଣ ଆଦୌ ଗ୍ରହଣୀୟ ନଥିଲା। ମୁଁ ଠିକ୍ ସମୟରେ ଠିକ୍ କାଉଣ୍ଟରରେ ପହଞ୍ଚିଥିଲି କିନ୍ତୁ ସେମାନେ ମୋତେ ଅନାବଶ୍ୟକ ଭାବରେ ଅନ୍ୟ ଏକ କାଉଣ୍ଟରକୁ ପଠାଇଦେଲେ।” ପରବର୍ତ୍ତୀ ସମୟରେ ଜଣାପଡିଥିଲା ଚେକ୍ ଇନ୍ ବନ୍ଦ ହୋଇଯାଇଛି। ଫଳରେ ମୁଁ ଫ୍ଲାଇଟ୍ ଧରିପାରିନଥିଲି। ଏପରିକି ଇଣ୍ଡିଗୋ ପକ୍ଷରୁ କୌଣସି ସାହାଯ୍ୟ ମଧ୍ଯ କରାଗଲା ନାହିଁ।
ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୨ରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ଅଭିଷେକ ଶର୍ମାଙ୍କୁ ଚୟନ କରାଯାଇଛି।