Latest Odisha News

BREAKING NEWS

ଲକଡାଉନ ପରେ ଯାଜପୁର ଫେରିପାରନ୍ତି ପ୍ରାୟ ୫୦ ହଜାର ପ୍ରବାସୀ ଓଡ଼ିଆ

ଯାଜପୁର: ଯାଜପୁର ଜିଲ୍ଲାରେ ଏଯାଏଁ ୧୯ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଫେରିଛନ୍ତି । ଜଣେ କଟକ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୭ ଜଣ କଳିଙ୍ଗ ନଗରସ୍ଥିତ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ସୁସ୍ଥ ହୋଇଥିବା ଜଣକ ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ ରହିଥିବା ବେଳେ ଅନ୍ୟ ୧୮ଜଣଙ୍କର ପଶ୍ୱିମବଙ୍ଗ ଲିଙ୍କ ରହିଥିବା ଜଣାପଡିଛି । ଏହାକୁ ନେଇ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ଅଧିକ ନଜର ରଖାଯାଇଛି ।

ଆଜିସୁଦ୍ଧା ୧୨ଶହରୁ ଉର୍ଦ୍ଧ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକଙ୍କ ନମୁନା ପରିକ୍ଷା କରାଯାଇଛି । ଚିହ୍ନଟ ପ୍ରକ୍ରିୟାରୁ ବାଦ ପଡିଥିବା ପଶ୍ୱିମବଙ୍ଗ ଫେରନ୍ତାଙ୍କୁ ଠାବ କରିବାକୁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ବାହାର ରାଜ୍ୟରୁ ଜିଲ୍ଲାକୁ ଆସିବା ଲାଗି ବର୍ତମାନ ସୁଦ୍ଧା ୩୨ ହଜାରରୁ ଉର୍ଦ୍ଧ ପଞ୍ଜିକରଣ କରିଛନ୍ତି । ଏହି ସଂଖ୍ୟା ପାଖାପାଖି ୫୦ ହଜାର ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି ।

ବାହାର ରାଜ୍ୟରୁ ଫେରିବା ପରେ ଏମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ଲାଗି ଜିଲ୍ଲାରେ ୪୩୬ଟି କ୍ୱାରେଣ୍ଟାଇନ ସେଂଟର ଖୋଲାଯାଇଛି । ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.