Latest Odisha News

BREAKING NEWS

ସୁନ୍ଦରଗଡ ଜିଲ୍ଲାରେ ସପ୍ତାହକୁ ଗୋଟିଏ ଦିନ ପାଇଁ ଖୋଲିବ ବଜାର

ସୁନ୍ଦରଗଡ: ସୁନ୍ଦରଗଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ବଜାର ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଡେଲି ମାର୍କେଟକୁ ବନ୍ଦ କରିଦିଆଯାଇଛି । ସପ୍ତାହକୁ ଗୋଟିଏ ଦିନ ପାଇଁ ଏଠି ବଜାର ଖୋଲିବ । ଅର୍ଥାତ ରବିବାର ଦିନ ସକାଳ ୭ରୁ ୧୧ ଯାଏ ଏହି ବଜାର ଖୋଲିବ । ଏହା ବ୍ୟତିତ ପ୍ରତ୍ୟେକ ଦିନ ଘରକୁ ଘର ବୁଲି ଚାଷୀ ପରିବା ବିକ୍ରି କରିପାରିବେ । ବଜାରରେ ଲୋକଙ୍କ ଅସମ୍ଭାଳ ଭିଡ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଡା ପଦକ୍ଷେପ ନିଆଯାଇଛି ।

ସେପଟେ, ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଚିଁଥିବା ବେଳେ ଜିଲ୍ଲାରେ ଏବେ କଟକଣା କଡାକଡି କରାଯାଇଛି । ଆଜିଠାରୁ ଜିଲ୍ଳାରେ ପ୍ରଥମ ଥର ପାଇଁ ଡ୍ରୋନ ମାଧ୍ୟମରେ ସର୍ଭେଲାନ୍ସ କାମ ଆରମ୍ଭ ହୋଇଛି । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ୨୧ଟି ପଂଚାୟତକୁ କଂଟେନମେଂଟ ଜୋନ ଓ ୩୨ ପଂଚାୟତକୁ ସର୍ଭେଲାନ୍ସ ଜୋନ ଭାବେ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.