Latest Odisha News

BREAKING NEWS

ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ, କାରଣ ଅସ୍ପଷ୍ଟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଜଗନ୍ନାଥପାଲି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇଛନ୍ତି l ସମସ୍ତ ଅସୁସ୍ଥଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

ସୂଚନା ଅନୁସାରେ, ଆଜି ସକାଳ ସମୟରେ ଗ୍ରାମର ସୁବାସିନି ଭରାସାଗର ଘରେ ପକୁଡ଼ି ତିଆରି କରିଥିଲେ l ସକାଳୁ ୧୦ ରୁ ଉର୍ଦ୍ଧ୍ୱ ପୁରୁଷ, ମହିଳା, ବୃଦ୍ଧ ଏବଂ ଶିଶୁ ସମସ୍ତେ ଉକ୍ତ ପକୁଡ଼ି ଖାଇଥିଲେ l ତେବେ କିଛି ସମୟରେ ସମସ୍ତଙ୍କ ମଧ୍ୟରେ ପାଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା l ଏପରି କି କିଛି ଲୋକ ଚେତାଶୂନ୍ୟ ହୋଇଯାଇଥିଲେ ।

ଆଉ କିଛି ଲୋକଙ୍କ ମୁଣ୍ଡ ବୁଲାଇଥିଲା l ଏହାପରେ ତୁରନ୍ତ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବର୍ତ୍ତମାନ ସମସ୍ତେ ଚିକିତ୍ସାଧୀନ ଅଛନ୍ତି l ତେବେ କେଉଁ କାରଣରୁ ଏପରି ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଡାକ୍ତରୀ ଟିମ୍ ଗ୍ରାମରେ ପହଞ୍ଚିଥିବା ସୁଚନା ମିଳିଛି l

 

Leave A Reply

Your email address will not be published.