Latest Odisha News

ଓଡିଶାରେ ପ୍ରଥମ; ୩ ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରି ୩ ଜଣ ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍‌ଙ୍କ କୋର୍ଟ । ଏନ୍‌ଡିପିଏସ୍ ଆକ୍ଟ ୧୯୮୫ ଅନୁଯାୟୀ ସେମାନଙ୍କୁ ବେଆଇନ ବ୍ରାଉନ୍ ସୁଗାର କାରବାରରେ ଜଡିତ ନେଇ ଏହି କାରାଦଣ୍ଡାଦେଶ ମିଳିଛି । ଏହାସହ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଧାର୍ଯ୍ୟ ହୋଇଛି ।

ତେବେ ଅଭିଯୁକ୍ତମାନେ ହେଉଛନ୍ତି ବାଲେଶ୍ୱର ନୀଳଗିରିର ଦେବାଶିଷ ବେହେରା ଓରଫ ରିଙ୍କୁ, ବାଲେଶ୍ୱର ଜିଲ୍ଲା ଗୋପାଳଗାଁ ର ପ୍ରବୀର କୁମାର ସିଂ ଓରଫ ସିତୁ ଏବଂ ଏସକେ କୌସର ଅଲ୍ଲୀ । ତେବେ ଯଦି ଦୋଷୀ ମାନେ ଜୋରିମାନା ଦେବାରେ ଅକ୍ଷମ ହୁଅନ୍ତି ତେବେ ସେମାନଙ୍କର ଦଣ୍ଡାଦେଶା କୁ ଆହୁରି ଏକ ବର୍ଷ ଲେଖାଏଁ ବଢାଇଦିଆଯିବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।

ସୂଚନାଯୋଗ୍ୟ, ଏହି ତିନି ଜଣ ବେପାରୀ ପଶ୍ଚିମବଙ୍ଗରୁ ବ୍ରାଉନ ସୁଗର ଆଣି ଭୁବନେଶ୍ୱରରେ ବିକ୍ରି ପାଇଁ ଉଦ୍ୟମ ଚଲାଇଥିଲେ । ଜୁନ୍ ୧୯ ତାରିଖ ୨୦୨୦ ମସିହା ରେ ବ୍ରାଉନ ସୁଗାର ଚୋରା ଚାଲାଣ କରୁଥିବା ବେଳେ ରାଜଧାନୀର ରସୁଲଗଡ ଛକ ନିକଟରେ ଏସଟିଏଫ୍ ହାତରେ ଧରାପଡ଼ିଥିଲେ । ଏହି ମାମଲାର ତଦନ୍ତ କରିବା ପରେ ଚାର୍ଜସିଟ୍ ଦାଖଲ କରିଥିଲା ଏସଟିଏଫ୍‌ ।

Leave A Reply

Your email address will not be published.