Latest Odisha News

BREAKING NEWS

ମହିଳା ରେସଲର ଯୌନ ଉତ୍ପୀଡନ ମାମଲା: ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ଓ ବିଜେପି ଏମପି ବ୍ରିଜଭୂଷଣ ସିଂଙ୍କ ଅଡୁଆ ବଢ଼ିଛି । ରାଉଜ ରେଭିନ୍ୟୁ କୋର୍ଟ ଶୁକ୍ରବାର ମହିଳା ରେସଲରଙ୍କ ଦ୍ୱାରା ତାଙ୍କ ବିରୋଧରେ ଲଗା ଯାଇଥିବା ଯୌନ ଉତ୍ପୀଡନ ମାମଲାରେ ଚାର୍ଜ ଫ୍ରେମ ଦାଖଲ କରିଛନ୍ତି । ଏ ପର୍ଯ୍ୟନ୍ତ ୫ ଜଣ ମହିଳା ରେସଲରଙ୍କ ଦ୍ୱାରା ଯାହା କିଛି ପ୍ରମାଣ ଯୋଗାଯାଇଛି ସେଥିରେ ବ୍ରିଜଭୂଷଣ ଦୋଷୀ ସାବ୍ୟସ୍ତ ହେଉଛନ୍ତି । ତାଙ୍କ ବିରୋଧରେ ଆଇପିସି ଧାରା ୩୫୪, ୩୫୪ଡି ଓ ୫୦୬ ଲଗାଯାଇଛି । ବିଶ୍ୱ ଚାମ୍ପିୟନଶିପ ପଦକ ବିଜେତା ଭିନେଶ ଫୋଗଟ ଓ ଦେଶର ଅନ୍ୟ ୨ଜଣ ପ୍ରତିଷ୍ଠିତ ମହିଳା ରେସଲର ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ।

ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ସେମାନେ ଯନ୍ତରମନ୍ତରରେ ଧାରଣା ଦେଇଥିଲେ । ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିପକ୍ଷରେ ମାମଲା ରୁଜୁ କରିଥିଲେ ମଧ୍ୟ ସ୍ଥାନୀୟ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ବ୍ରିଜଭୂଷଣ ନାମରେ ପୂର୍ବରୁ ଅନେକ ଅଭିଯୋଗ ଆସିଛି । ସେ ଥରେ ଜଣେ ରେସଲରଙ୍କୁ ମଂଚ ଉପରେ ଚାପୁଡା ମାରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.