ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଧଉଳି ଅଞ୍ଚଳରେ ଏକ ଲଜ୍ଜାଜନକ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ହଷ୍ଟେଲରୁ ଡାକି ନେଇ ଏକ ହୋଟେଲରେ ଦୁଷ୍କର୍ମ କରିଥିବା ନେଇ ଥାନାରେ ଗୁରୁତର ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଯୁବତୀ ଜଣଙ୍କ ଭୁବନେଶ୍ୱରର ଏକ ହଷ୍ଟେଲରେ ରହି ଆସୁଥିଲେ। ଗତକାଲି ତାଙ୍କର ଜଣେ ପୁରୁଷ ବନ୍ଧୁ କୌଣସି ଆଳ ଦେଖାଇ ଯୁବତୀଙ୍କୁ ଏକ ଘରୋଇ ହୋଟେଲକୁ ଡାକିଥିଲେ।
ଯୁବତୀ ଜଣଙ୍କ ସେଠାରେ ପହଞ୍ଚିବା ପରେ, ଅଭିଯୁକ୍ତ ଯୁବକ ତାଙ୍କ ଇଚ୍ଛା ବିରୋଧରେ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଅଭିଯୋଗ ଆଣିଛନ୍ତି।
ଏହି ସମ୍ବେଦନଶୀଳ ଘଟଣାର ଅଭିଯୋଗ ପାଇବା ପରେ ଧଉଳି ଥାନା ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି,
ଅଭିଯୋଗ ଆଧାରରେ ପୋଲିସ ପକ୍ଷରୁ ପୀଡ଼ିତା ଯୁବତୀଙ୍କର ଡାକ୍ତରୀ ମାଇନା କରାଯାଉଛି।
ଘଟଣା ପରେ ଫେରାର୍ ଥିବା ଅଭିଯୁକ୍ତ ପୁରୁଷ ବନ୍ଧୁକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Comments are closed.