Latest Odisha News

BREAKING NEWS

ଲାଞ୍ଚ ନେଇ ଧରାପଡିବା ଭୟରେ ଗ୍ୟାସରେ ୨୦ ଲକ୍ଷ ଟଙ୍କା ଜାଳିଦେଲେ ତହସିଲଦାର, ଜାଣନ୍ତୁ କ’ଣ ହେଲା ତାପରେ …

ରାଜସ୍ଥାନ: ରାଜସ୍ଥାନର ସିରୋହି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି । ଲାଞ୍ଚ ନେଇ ଧରାପଡିବା ଭୟରେ ଗ୍ୟାସରେ ୨୦ ଲକ୍ଷ ଟଙ୍କା ଜାଳି ଦେଲେ ତହସିଲଦାର । ରେଡ୍ ପାଇଁ ତହସିଲଦାରଙ୍କ ଘରେ ପହଞ୍ଚିଥିଲେ ଆଣ୍ଟି କରପସନ୍ ବ୍ୟୁରୋ ଅଧିକାରୀ । ପିଣ୍ଡଓ୍ୱାଡାର ତହସିଲଦାର କଳ୍ପେଶ ଜୈନଙ୍କ ଘରେ ରେଡ୍ ପାଇଁ ଆଣ୍ଟି କରପସନ ବ୍ୟୁରୋର ଏକ ଟିମ୍ ପହଞ୍ଚିଥିଲା ।

ତହସିଲଦାର ଗ୍ୟାସରେ ଟଙ୍କା ଜାଳୁଥିବା ବେଳେ ଝରକା ପଟୁ ଦେଖିପାରିଥିଲେ ଆଣ୍ଟି କରପସନ ବ୍ୟୁରୋରର ଟିମ୍ । ଏହାସହ ଭିଡିଓ ସୁଟ୍ ମଧ୍ୟ କରିଥିଲେ । ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । 

ସୂଚନା ଅନୁସାରେ, ପିଣ୍ଡଓ୍ୱାଡାର ରାଜସ୍ୱ ନୀରିକ୍ଷକ ପରବତ୍ ସିଂହ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ । ଏହି ଲାଞ୍ଚ ସେ ତହସିଲଦାର କଳ୍ପେଶ୍ ପାଇଁ ନେଉଥିବା ଏସିବି ନିକଟରେ ସ୍ୱିକାର କରିଥିଲା । ଏହାପରେ ତହସିଲଦାରଙ୍କୁ ଗିରଫ କରିବାକୁ ତାଙ୍କ ଘରେ ଚଢାଉ କରିଥିଲା ଆଣ୍ଟି କରପସନ ବ୍ୟୁରୋର ଟିମ୍ । ସେପଟେ ପୁରା ଘଟଣାକୁ ସ୍ବୀକାର କରିଛନ୍ତି ତହସିଲଦାର । ଏଥିସହ ତାଙ୍କ ନିକଟରୁ ଆହୁରି ଲକ୍ଷେ ୬୦ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.