Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୌମ୍ୟଙ୍କ ପରିବାର

ଭୁବନେଶ୍ବର : ଏସିଏଫ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୨୩ ବିତିଲା । ହେଲେ ଏବେ ବି ପୋଲିସ ହାତ ଖାଲି । ସୌମ୍ୟଙ୍କ ମୃତ୍ୟୁ କିପରି ହେଲେ ତାର ଟେର ପାଉନି ପାରଳାଖେମୁଣ୍ଡି ପୋଲିସ । ଯେଉଁଥିପାଇଁ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର । ନ୍ୟାୟ ଦାବିରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି ସୌମ୍ୟରଞ୍ଜନଙ୍କ ଭାଇ ଓ ସମ୍ପର୍କୀୟ ।

ନିରପେକ୍ଷ ତଦନ୍ତ ସହ ସିବିଆଇ କିମ୍ବା ଏସଆଇଟିକୁ ମାମଲା ହସ୍ତାନ୍ତର କରିବାକୁ ଦାବି କରିଛନ୍ତି । ଘଟଣାକୁ ୨୩ ଦିନ ବିତିଥିଲେ ବି ପୋଲିସ ଏଯାଏଁ କାହାକୁ ଗିରଫ କରିନଥିବାରୁ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ଭାଇ । ଏହାସହ ଏହି ଘଟଣାରେ ଅନେକ କ୍ଷମତାଶାଳୀ ଲୋକଙ୍କ ହାତ ଥିବାରୁ ତଦନ୍ତ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରାଯାଉଛି । କାରଣ ତଦନ୍ତ ଯେତିକି ବିଳମ୍ବ ହେବ ଦୋଷୀଙ୍କୁ ପ୍ରମାଣ ନଷ୍ଟ ପାଇଁ ସମୟ ମିଳିବ ବୋଲି କହିଛନ୍ତି ପରିବାର ଲୋକ ।

ଏହି ଘଟଣାରେ ଗତକାଲି ପାରଳା ପୋଲିସ ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତଙ୍କୁ ଜେରା କରିଛି । କପ୍ତିପଦା ଯାଇ ବିଦ୍ୟାଭାରତୀଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି । ଦରକାର ପଡ଼ିଲେ ବିଦ୍ୟାଭାରତୀଙ୍କୁ ନେବା ଆଣିବା କରୁଥିବା ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯିବ ବୋଲି କହିଛି ପୋଲିସ । ଏହାସହ ପାରଳାଖେମୁଣ୍ଡି ଯାଇ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ବିଦ୍ୟାଭାରତକୀଙ୍କୁ ନୋଟିସ କରିବ ପୋଲିସ ।

Leave A Reply

Your email address will not be published.