କଟକ:କଟକ ଖାନ୍ନଗର ବ୍ରିଜ୍ ନିର୍ମାଣ ବେଳେ ବଡ ଅଘଟଣ । ବ୍ରିଜ୍ର ସ୍ଲାବ୍ ଖସି ପଡ଼ିବାରୁ ଶ୍ରମିକ ଚାପି ହୋଇ ଯାଇଥିଲେ । ଉଦ୍ଧାର କରାଯାଇ ୫ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି ପରେ ୩ଜଣଙ୍କ ମୃତ ଘଟିଛି ।
ସୂଚନାଯୋଗ୍ୟ, କଟକ ଖାନ୍ନଗର ଅଞ୍ଚଳରେ ଏକ ବ୍ରିଜ ନିର୍ମାଣ କାମ ଚାଲିଥିବା ବେଳେ ହଠାତ୍ ବ୍ରିଜର ସ୍ଲାବ ଭୁଶୁଡ଼ି ପଡିଥିଲା। ଫଳରେ ୫ଜଣ ଚାପି ହୋଇ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବରପାଇ ଖାନ୍ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।
ଖାନନଗରରେ ନିର୍ମାଣାଧୀନ ବ୍ରିଜରେ ବ୍ୟବହାର ହୋଇଥିବା କ୍ରେନ୍ ଫେଲ୍ ହେବାରୁ ଅଘଟଣ ଘଟିଛି। ୫ଜଣ ଶ୍ରମିକ ଆହତ ହୋଇଥିଲେ। ଶ୍ରିକମାନଙ୍କ ମଧ୍ୟରୁ କିଛି ବାହାର ରାଜ୍ୟର ବୋଲି ଜଣାପଡ଼ିଛି। ଆହତମାନଙ୍କୁ ଆମର ଟିମ୍ ତୁରନ୍ତ ଏସ୍ସିବିକୁ ସ୍ଥାନାନ୍ତରିତ କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କଟକ ଡିସିପି କହିଛନ୍ତି ।
Comments are closed.