Latest Odisha News

BREAKING NEWS

ବାଲିଆମ୍ବ ଗାଁରେ ଅଘଟଣ, ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ

ଅନୁଗୁଳ: ହଣ୍ଡପା ଥାନା ବାଲିଆମ୍ବ ଗାଁରେ ଅଘଟଣ। ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ। ମୃତ ଦୁଇ ଶିଶୁ ହେଲେ କାଳିଆ ବେହେରାଙ୍କ ପୁଅ ବାଦଲ ବେହେରା ଓ ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ଜୟନ୍ତ ପ୍ରଧାନ। ଉଭୟଙ୍କ ବୟସ ୯ ବର୍ଷ ବୋଲି ଜଣାପଡିଛି। ସୂଚନା ଅନୁସାରେ ଉଭୟ ଶିଶୁ ନାଳକୁ ଯାଇଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ।

ସନ୍ଧ୍ୟାରେ ଉଭୟଙ୍କ ଗୋଡ଼ ଗାଁ ମୁଣ୍ଡ ନାଳର ବାଲିରେ ଦେଖାଯାଇଥିଲା। ବାଲି ଖୋଳି ଉଭୟଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିଲା। ବାଲିରେ ଗଲା ବେଳେ ବାଲି ଗଦା ଧସି ଯିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Comments are closed.