Latest Odisha News

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବୋଲେରୋ; ୬ ଗୁରୁତର

ବରଗଡ଼: ବରଗଡ଼ ବରଡୋଲ ଛୋଟ କେନାଲ ନିକଟରେ ଘଟିଛି ଦୁର୍ଘଟଣା ।ଏକ ବୋଲେରୋ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଏହି ଦୁର୍ଘଟଣାରେ ୬ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ବ୍ଲକ ଚମରିଆ ଗାଁର ବୀର ପ୍ରଧାନ ଓ ତାଙ୍କ ପରିବାର ଲୋକ ଏକ ବୋଲେରୋ ଯୋଗେ ଭଟଲି ଥାନା ଜଡାମୁଡ଼ା ଗାଁକୁ ଯାଉଥିଲେ । ଛୋଟ କେନାଲ ନିକଟରେ ଭାରସାମ୍ୟ ହରାଇ ବୋଲେରୋ ଟି ପୋଲ ତଳକୁ ଖସପଡିଛି ।ଯାହାଫଳରେ ଗାଡ଼ିରେ ଥିବା ୬ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ।

ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତିରତ କରିଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ବୋଲେରୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

Leave A Reply

Your email address will not be published.